STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ଶ୍ରୀମନ୍ଦିର ବିଜେ

ଶ୍ରୀମନ୍ଦିର ବିଜେ

1 min
206


ଜଗନ୍ନାଥ ଚାରିଅକ୍ଷର

ଚାରିଧାମ ଭିତରେ ସାର

ମୋ କଳା ଠାକୁର

ପୁରୀ ସରକାର ଗୋସେଇଁ

ମଣିଷ ସମାଜେ ବାର୍ତ୍ତା ଦେଇ

ମଣିଷ ପରି ପରିପ୍ରକାଶ ହୋଇ

ବଢ଼ାଏ କେତେ ବେଭାର

ରାମାୟଣ ଚାରି ଅକ୍ଷର

ଭାଗବତ ଚାରି ଅକ୍ଷର

ପରଂବ୍ରହ୍ମ ଚାରି ଅକ୍ଷର

କୃପା ପାରାବାର ସେ ବଡ଼ଠାକୁର

ଅଧରାମୃତ ସଭିଙ୍କୁ ପିଆଇ 

ଲଷ୍ମୀ ମାଙ୍କୁ ରସଗୋଲା ଭେଟି ଦେଇ

ଦାମ୍ପତ୍ୟ ପ୍ରେମର ଫୁଲ ଫୁଟେଇ

ଜଗତେ ବାଣ୍ଟିବେ ମହତ ଏହି

ପ୍ରେମଭକ୍ତି ଚାରି ଅକ୍ଷର

ପ୍ରେମଫୁଲ ଚାରି ଅକ୍ଷର

ବାଣ୍ଟୁଥିଲେ ପରିବାର ଭିତରେ

ଅସନ୍ତୋଷ ରହିବ ନାହିଁ

ଭକ୍ତ ମନୋବାଞ୍ଛା ପୁରଣ ପାଇଁ

ଭକ୍ତିଅଶ୍ରୁ ଚାରିଅକ୍ଷର ଦେଇ

ଭାବରେ ଭାବବିନୋଦିଆଙ୍କୁ

ଜଡ଼ାଇ ରଖିଲେ ଭବୁ ମୁକ୍ତି ପାଇ

ଚନ୍ଦନ ତିଳକ କସ୍ତୁରୀ ତୁଳସୀ ଦୟଣା

ମଥାରେ ନାଇ ଦିଶୁଥିବେ ଜାଗା କଳା କହ୍ନେଇ

ନୟନରୁ ଭକ୍ତି ଅଶ୍ରୁ ପାଇବା ପାଇଁ

ଚକାଆଖି ଚାରି ଅକ୍ଷର

ସ୍ୱର୍ଗଦ୍ୱାର ଚାରି ଅକ୍ଷର

ମିଶାଇ ଫେଡ଼ି ଗୁଣି ହରି,ହର ଭଜିଲେ

ମୋକ୍ଷ ପାଇ ଯିବୁରେ ମଣିଷ ଭାଇ ।


Rate this content
Log in

Similar oriya poem from Abstract