STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଶ୍ରୀକ୍ଷେତ୍ର ସ୍ନାନଯାତ୍ରା

ଶ୍ରୀକ୍ଷେତ୍ର ସ୍ନାନଯାତ୍ରା

1 min
261

ମହା ସ୍ନାନ ହେବ ମହାପ୍ରଭୁଙ୍କର

ସଙ୍ଗାତ ଯିବା ଲୋ ଶିରି କ୍ଷେତର

ଆଖି ଦେଖୁଥିବ ଚକା ଡୋଳାକୁ

ଧୋଇ ସେ ଦେବ ସବୁ ପାପକୁ

କାନ ଯେବେ ଶୁଣିବ ହରି ନାମକୁ

ଦୁରେଇ ସେ ଦେବ ମାୟା ମୋହକୁ 

ଗଜ ବେଶ ହେବ ମହାପ୍ରଭୁଙ୍କର

ଲୀଳାମୟ ସେ ଯେ ଲୀଳା ତା ଅପାର

ସ୍ନାନମଣ୍ଡପରେ କାଳିଆ ବସିବ 

ସିଂହଦୁଆରରେ ଗହଳି ଲାଗିବ

ମାନବୀୟ ଲୀଳା କାଳିଆ କରିବ

ପନ୍ଦର ଦିନ ଅଣସରେ ରହିବ

ଡୋରି ଯେବେ ଲାଗିବ ମହାପ୍ରଭୁଙ୍କର

ମହାମିଳନ ହେବ ଜୀବ ପରମର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational