STORYMIRROR

Santosh Kumar Nayak

Inspirational Others Children

3  

Santosh Kumar Nayak

Inspirational Others Children

ଶ୍ରୀକୃଷ୍ଣ ଓ ଗାନ୍ଧିଜୀ

ଶ୍ରୀକୃଷ୍ଣ ଓ ଗାନ୍ଧିଜୀ

1 min
159


ଶ୍ରୀକୃଷ୍ଣ ଯେମନ୍ତେ ମାଟି ଖାଇ ମୁଖେ

କରାଇଲେ ମା'ଙ୍କୁ ବିଶ୍ଵଦର୍ଶନ,

ଗୋବର୍ଦ୍ଧନ ଗିରି ଅଙ୍ଗୁଷ୍ଠିରେ ଧରି

ବଞ୍ଚାଇଲେ ଗୋପସୁତ ପରାଣ ।

ସେମନ୍ତେ ଗାନ୍ଧିଜୀ ଭାରତବାସୀଙ୍କୁ

ଦେଖାଇଲେ ଏକ ଦିଗ ନୂତନ,

ସଂଗ୍ରାମ ନେତୃତ୍ୱ ନିଜ ହାତେ ନେଇ

କରିଥିଲେ ଦୂର ନାନା କଷଣ ।।

ଶ୍ରୀକୃଷ୍ଣ ଯେମନ୍ତେ କୁରୁସଭା ତଳେ

ପାଞ୍ଚାଳୀକୁ ଦେଲେ କୋଟି ବସନ,

କୌରବ ଲାଞ୍ଛନା କରିବାକୁ ଦୂର

ବିନା ଅସ୍ତ୍ରେ ପ୍ରଭୁ କରିଲେ ରଣ ।

ସେମନ୍ତେ ଗାନ୍ଧିଜୀ ଇଂରେଜ କବଳୁ

ଭାରତକୁ କରିଥିଲେ ସ୍ଵାଧୀନ,

ପାରିଲାନି ଗୁଳି ବନ୍ଧୁକ କମାଣ

ଜିତିଲା ବାପୁଙ୍କ ଅହିଂସାପଣ ।।

ପ୍ରଭୁ ଶ୍ରୀକୃଷ୍ଣଙ୍କ ମୁଖବାଣୀ ଗୀତା

ଗାନ୍ଧିଜୀଙ୍କ ହସ୍ତେ ହୁଏ ଶୋଭନ,

ପିତାମ୍ବରୀ ବସ୍ତ୍ର ଖଦଡ଼ ଧୋତି ଯେ

ଗାନ୍ଧିଜୀ ଲଉଡି ବଂଶୀ ମୋହନ ।

ପୁଷ୍ପ ଧୂପ ଦେଇ ଭକତି ଅନ୍ତରେ

ସଭିଏଁ ବନ୍ଦିବା ଗାନ୍ଧୀ ଚରଣ,

ଗାନ୍ଧିଜୀ ରୂପରେ ସ୍ଵୟଂ ଭଗବାନ

କରିଥିଲେ ମର୍ତ୍ତ୍ୟେ ଅବତରଣ ।।



Rate this content
Log in

Similar oriya poem from Inspirational