Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Abstract Inspirational

4  

Rama chandra Pradhan

Abstract Inspirational

ଶ୍ରୀଗୁରୁ ଚରଣ ପୁଣ୍ୟ ତପୋବନ

ଶ୍ରୀଗୁରୁ ଚରଣ ପୁଣ୍ୟ ତପୋବନ

1 min
146


ଗୁରୁ ହିଁ ଈଶ୍ୱର ମୁକତିର ଝର

ଆଲୋକର ଦିବ୍ୟଜ୍ୟୋତି

ଗୁରୁ ହିଁ କରମ ଗୁରୁ ହିଁ ଧରମ

ନାହିଁ ତାଙ୍କ ବିନୁ ଗତି l


ଗୁରୁ ହିଁ ତ ବ୍ରହ୍ମା ବିଷ୍ଣୁ ମହେଶ୍ୱର

ସଂସାର ଭିତରେ ସାର

ଗୁରୁ ହିଁ ଅଟନ୍ତି ବିଦ୍ୟାର ଅମାର

ଚାଟଙ୍କର ରୂପକାର l


ଶ୍ରୀଗୁରୁ ଚରଣ ପୁଣ୍ୟ ତପୋବନ

କରୁଣାର ନିରିଝର 

ଗୁରୁ ହିଁ କେବଳ ଶକତିର ଉତ୍ସ

ଆଦର୍ଶର ଅବତାର l


ଗୁରୁଙ୍କ ମହିମା ଅନନ୍ତ ଅପାର

ଗୁରୁ ହିଁ ଶୁଭ ଚିନ୍ତକ

ଗୁରୁ ହିଁ ଅଟନ୍ତି ଦେଶର ନିର୍ମାତା

ପୁଣି ପଥ ପ୍ରଦର୍ଶକ l


ଗୁରୁ ହିଁ ଗଢ଼ନ୍ତି ସଂସ୍କାର ଛାଟରେ

ଭବିଷ୍ୟତ କର୍ଣଧାର

ଗୁରୁଙ୍କ କିରତି ଜଗତେ ବିଖ୍ୟାତ

ନାହିଁ ତାଙ୍କ ପଟ୍ଟାନ୍ତର l


Rate this content
Log in

Similar oriya poem from Abstract