Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Abstract

4  

Madhusmita Prusty

Abstract

ଶ୍ରୀଗୁଣ୍ଡିଚା

ଶ୍ରୀଗୁଣ୍ଡିଚା

1 min
187



ଟିକେ ହଲିହଲି ଟିକେ ପୁଣି ଝୁଲି

ଠେଲାପେଲା ଖାଇ ଖାଇ,

କାଳିଆ ଆସୁଛି ଗହଳି ଲଗାଇ

ସଂଗେ ଘେନି ଭଗ୍ନୀ,ଭାଇ |


ବଡଦାଣ୍ଡ ପରେ ଶୋଭା ବିମଣ୍ଡିତ

ତିନିରଥ ସଜ୍ଜ ହୋଇ,

ନବଦିନ ପାଇଁ ଗହଳି ଲଗାଇ

ଆସୁଛନ୍ତି ଭାବଗ୍ରାହୀ |


ସୁନ୍ଦର ବେଶରେ ସାଜସଜ୍ଜା ହୋଇ

ଦିଶୁଛନ୍ତି ମନୋହର,

ତୁଳସୀ ଦୟଣା ଝଡ଼ି ପଡ଼ୁଅଛି

ଦେଖି ପ୍ରାଣ ମୋ ଅଧୀର |


ଏଡ଼େ ନଟଖଟ ନନ୍ଦ କୁମର ସେ

ଧୂଳିରେ ମାଟିରେ ଗଡ଼େ,

ଲୀଳା କରିକରି କେବେ ଭକ୍ତ କାନ୍ଧେ

ଟିକିଏ ଆଉଜି ପଡ଼େ |


ଅଝଟିଆ ପଣ ଯାଇନି ଜଗାର

ଭୁଲିନି ଦ୍ୱାପର ଲୀଳା,

ବଡଦାଣ୍ଡକୁ ସେ ବୃନ୍ଦାବନ କରି

ରଚୁଅଛି ଲୀଳାଖେଳା |


ଟାହିଆ ହଲେଇ ଧିମେଇଁ ଧିମେଇଁ

ଆସୁଅଛି ଲୀଳାଧାରୀ,

ମାଉସୀ ଘରକୁ ଯିବାପାଇଁ ସଜ

ବେଳ ଯାଉଅଛି ଗଡ଼ି |


ପୋଡପିଠା କରି ଯତନରେ ଧରି

ଅପେକ୍ଷାରେ ଛନ୍ତି ରହି,

କେବେ ଆସିବେ ସେ କାଳିଆ ସାଆନ୍ତ

ସମୟଟା ସରେନାହିଁ |


ଗୁଣ୍ଡିଚା ରାଣୀଙ୍କ ମନ ଯେ ପ୍ରସନ୍ନ

ପାଦ ଲାଗୁନାହିଁ ତଳେ,

ଘରକୁ ଆସିବେ ଭାବ ବିନୋଦିଆ

କାହିଁ କେତେଦିନ ପରେ |


ଘଣ୍ଟ ଘଣ୍ଟା ନାଦେ ଧରଣୀ କମ୍ପୁଛି

ରଥ ଯାଏ ଗଡ଼ି ଗଡ଼ି,

ଆଲଟ,ଚାମର ସେବା ଚାଲୁଅଛି

ଡାହୁକ ଛାଡ଼ନ୍ତି ରଡ଼ି |


ଦୁଇ ବର୍ଷ ହେଲା ବିନା ଭକତରେ

ଯାତ୍ରା ତୁମ ସମ୍ପାଦଇ,

କେବେ ଏ ସଂସାର ସଚଳ କରିବ

ପୂର୍ବପରି ଭାବଗ୍ରାହୀ |


ତୁମେ ଆମ ପ୍ରାଣ ତୁମେତ ଜୀବନ

ତୁମବିନା ନାହିଁ ଶାନ୍ତି,

ଦୂର କରିଦିଅ ସଂସାରୁ ବିପତ୍ତି

ଆହେ ଅଗତିର ଗତି |


ମଧୁସ୍ମିତା ପୃଷ୍ଟି,ଭୁବନେଶ୍ୱର,ଖୋର୍ଦ୍ଧା 


Rate this content
Log in

Similar oriya poem from Abstract