STORYMIRROR

Bijoy Jena

Classics Inspirational Others

4  

Bijoy Jena

Classics Inspirational Others

ଶ୍ରୀଗଣେଶ

ଶ୍ରୀଗଣେଶ

1 min
480

ଗଜାନନ ଦେବ   ପୂଜ୍ୟ ହୋଇଥାନ୍ତି

     ରହିଛି ପୁରାଣ ମତ

ମୁଦଗଲ୍ ପୁରାଣେ   ଆଠ ଅବତାର

    ହୋଇଅଛି ପ୍ରକାଶିତ।


ଆଠ ଅବତାର    ମଧ୍ୟରୁ ପାଞ୍ଚଟି

     ତନ୍ମଧ୍ଯେ ମୂଷିକ ସାର

ବାକି ଅନ୍ୟ ତିନି  ବାହାନେ ରହିଛି

     ସିଂହ ସାପ ଓ ମୟୂର।


ବକ୍ରତୁଣ୍ଡ ରୂପେ   ସଂହାରିଲେ ଦେବ

     ନାମ ତା ମତ୍ସରାସୁର

ଏକଦନ୍ତେ ମାରି  ମୋହାଶୁରକୁ ଯେ

    ଗଜାନନେ ଲୋଭାଶୁର।


ଲମ୍ବୋଦରେ ହେଲା  କ୍ରୋଧାସୁର ନାଶ

     ବିକଟରେ କାମାସୁର

ବିଘ୍ନରାଜ ଭାବେ   ଧ୍ବଂସୀ ମମାସୁର

     ଖଣ୍ଡିଲେ ଧରଣୀ ଭାର।


ଧୂମ୍ରବର୍ଣ୍ଣ ଧରି    ଅହଂକାରା ସୁର

     ଅଚିରେ କଲେ ଦମନ

ଏସବୁ ଅସୁର    ତାପର୍ଯ୍ୟ ହେଉଛି

    କ୍ରୋଧ ଲୋଭ ମୋହ କାମ।


ଅହଂକାର ମଦ   ମାତ୍ସର୍ଯ୍ୟ ମମତ୍ବ

    ଭାବ ଆଦି ଯେତେ ଦୋଷ

ଏଡାଇ ପାରିଲେ   ଅଗ୍ରଗତି ହେବ

     ଅଗ୍ରପୂଜ୍ୟ ହିଁ ଗଣେଶ,।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics