STORYMIRROR

Ramachandra Bhutia

Inspirational Others

4  

Ramachandra Bhutia

Inspirational Others

ଶ୍ରୀଗଣେଶ ବନ୍ଦନା

ଶ୍ରୀଗଣେଶ ବନ୍ଦନା

1 min
233

ହେ ଆଦ୍ୟପୂଜ୍ୟ ଦେବ ଶ୍ରୀଗଣେଶ

ମସ୍ତକେ କିରୀଟ ଶୋହେ ହସ୍ତରେ ପାଶ

ଲମ୍ବ ଉଦର ହେ ଗୌରୀ ତନୟ

ଭକ୍ତ ଜନାଶ୍ରୟ ଦିଅ ଅଭୟ  ।।


ଏକଦନ୍ତ ଆହେ ବିଘ୍ନନାଶକ

ଜ୍ଞାନ ଗନ୍ତାଘର ହସ୍ତେ ମୋଦକ

କାଳ କୁ କରିଛ ତୁମ୍ଭ ମୂଷିକ

ମହିମା ତୁମ୍ଭର ଜାଣେ ତ୍ରିଲୋକ  ।।


ପାଶ ଅଙ୍କୁଶ ହେ ପରଶୁ କର

ନାଗରାଜ ଯଜ୍ଞୋପବିତ ତୁମ୍ଭର

ସ୍ମରଣ ରେ ବିଘ୍ନ ହୁଅଇ ଦୂର

ଶୂର୍ପକର୍ଣ୍ଣ ଆହେ ଅଭୟବର  ।।


କୋଟି ସୂର୍ଯ୍ୟ ଜିଣି ତୁମ୍ଭର ଜ୍ୟୋତି

ରକ୍ତପୁଷ୍ପେ ଥାଏ ତୁମ୍ଭର ପ୍ରୀତି

ରକ୍ତ ଚନ୍ଦନ ରେ କାୟା ଶୋଭିତ

ହେ ଅରିଷ୍ଟନାଶକ ମଙ୍ଗଲ୍ୟ ମଣ୍ଡିତ  ।।


ଗଜବକ୍ର ବକ୍ରତୁଣ୍ଡ ବିକଟ

ଭାଳଚନ୍ଦ୍ର ଆହେ କୃଷ୍ଣପିଙ୍ଗାକ୍ଷ

ଧୂମ୍ରବର୍ଣ୍ଣ ବିଘ୍ନରାଜ ସୁମୂଖ

ବିନାୟକ ଗଣପତି ଗଣାଧ୍ୟକ୍ଷ  ।।


ଗଜାନନ ଆହେ ବ୍ରହ୍ମଣସ୍ପତୀ

ଲମ୍ବୋଦର ସର୍ବ ମଙ୍ଗଳ ପତି

ଏକଦନ୍ତ ରିଦ୍ଧିସିଦ୍ଧି ଙ୍କ ନାଥ

ରକ୍ଷାକର ମୁହିଁ ଡାକେ ଅନାଥ  ।।


ଜ୍ଞାନ ଭଣ୍ଡାର ରୁ କିଞ୍ଚିତେ ଦାନ

କରି ତୁଟାଅ ମୋ ମନ ରୁ ଭ୍ରମ

ଗିରିସୂତା ସୂତ ଦିଅ ଶରଣ

ହସ୍ତଯୋଡ଼ି କରେ ପଦେ ଜଣାଣ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational