Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Tragedy Fantasy

3  

Sunanda Mohanty

Abstract Tragedy Fantasy

ସହରୀ ଶ୍ରାବଣ

ସହରୀ ଶ୍ରାବଣ

1 min
124



ବର୍ଷା ପରି ଲୁହ ବାରି ପଡେ ଝରି

ପଣତେ ପୋଛିଲେ ଲୁହ ଭୂଇଁରେ ଶ୍ରାବଣ

ସହରୀ ଶ୍ରାବଣ ଫୁଟାଏ ଫଗୁଣ ମାନେନା

ଜମା ବାରଣ ପଚାରେନା ବି କାରଣ

ଭାଗ୍ୟ ଭଗଫଳ ଭାଗଶେଷ

କରେ ମିଶାଣ ଫେଡ଼ାଣ ଗୁଣନ ହରଣ

ଉଡ଼ା ମନ ଅକାରଣ ଏ ସମୀକରଣ

ଶ୍ରାବଣ କି କେବେ ଆଣିପାରେ ଫଗୁଣ

ବାତାୟନେ ବାତାବରଣ ଅସ୍ପଷ୍ଟ ଗୁଞ୍ଜରଣ

ପାଠ ପଢା ଝିଅ ସହରକୁ ଆସି ଭିଜୁଛି ଶ୍ରାବଣ

ଚାକିରିଆ ପୁଅ ସହରେ ଶ୍ରାବଣୀକୁ ଅନାବରଣ

ଦୁହିଁଙ୍କ ଗୋଡ଼ ତଳକୁ ତଳକୁ ସାମାଜିକ ସ୍ଖଳନ

ବୋଉ ଲୁହ ବର୍ଷାରେ ମିଶେ ବାପାଙ୍କ ନିଶା ନିବାରଣ

ସହରୀ ମେଘର ମାଘୁଆ ମେଘରେ ଥାଏ

ଖୋଳପାରେ ଅମାନବୀୟ ଆବରଣ

ଆକାଶ କୁସୁମ ଚିଲିକା ମାଛ ଆଜିକାଲି

ଆଣୁଛି ସହରୀ ବରଷା ଶ୍ରାବଣେ

ତିନ୍ତି ବୁଡି ଯାଏ ପ୍ରାଣ

କାହାକୁ ମିଛ କାହାକୁ ପ୍ରକୃତି ରାଣ

ଗାଁ ଗୋଡି ମାଟି ପବନ ପାଣିରେ ଅବକ୍ଷୟ

ସୁଯୋଗ ନିଏ ସହରୀ ବାତାବରଣ

ଶ୍ରାବଣେ ଶ୍ରାବଣ ଝରାଏ ଲହୁ ଲୁହ ଉଷ୍ମପ୍ରସବଣ

ମାଆ ଯେବେ କାନ୍ଦେ ଦୁଆର ଦେଇ

ଲୋକେ କୁହନ୍ତି ଘଟିଛି ନିଶ୍ଚେ ଅଘଟଣ

ମାର ମାର ଭଣ୍ଡାରିଆକୁ ମାର ନ୍ୟାୟରେ

ବନ୍ଧା ପଡେ ଯା ଶ୍ରାବଣ ହାଇ ମାରେ ଅବିଗୁଣ ।


Rate this content
Log in

Similar oriya poem from Abstract