STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ବାଟ

ବାଟ

1 min
8


ଫୁଲକୁ ମାଗିଲି ରଙ୍ଗ ଟିକେ ଦେ 

ପକ୍ଷୀକୁ ମାଗିଲି ଡେଣା 

ରଙ୍ଗ ନାହିଁ ଜାଣି ଫଗୁଣ ଫେରିଲା 

ତୁଚ୍ଛଟାରେ ବାଟବଣା 

ନଈକୁ ମାଗିଲି ପାଣି ଟୋପେ ଦେବୁ 

ସାଗରକୁ ଗୋଟେ ଢେଉ 

ନଈଟା ଶୁଖିଲା ସୂର୍ଯ୍ୟଙ୍କୁ ଦୋଷ ଦେଲା 

ସମୁଦ୍ର କହେ ଅନ୍ଧାରକଣା 

ଅନ୍ଧାରର ରଙ୍ଗ ଅଛି ଚମତ୍କାର 

କହିଲା ନିହାରକନ୍ୟା 

ଜୀବନ ଯାଉଛି ଭାସି, ରୁଷି ରାଗି ହସି 

ମିଛରେ ମନ ଅରଣା 

ପ୍ରଜାପତିମାନେ ଡେଣାକୁ ହଲେଇ 

ବୁଲି ବୁଲି ଏଘର ସେଘର ଅଗଣା 

କ୍ଲାନ୍ତ ପଥିକ ଭାବେ ରଙ୍ଗ ସଙ୍ଗେ ସାଙ୍ଗ 

ହୋଇ ପାଇବ କରୁଣା 

ଫୁଲ ନାହିଁ କଲା ଅନ୍ଧାରେ ଆଲୁଅ ଦିଶିଲା 

ଆଲୁଅ ମାଗେ ପାଉଣା 

ଦିଘଡି ଜୀବନେ ଶାନ୍ତି ପ୍ରୀତି ମୈତ୍ରୀ ଖୋଜି 

ମନ ଅଗଣା ହୁଏ ଅରଣା 

ଜୀବନଘାଟରେ ରଙ୍ଗତୁଠରେ ଅନ୍ଧାରି ମଠରେ 

ଜୀବନଟା ଏଯାବତ ନିଉଛୁଣା 

ଜହ୍ନ ଆଖିମାରେ ତାରା ଫୁଲ ଝରେ 

ସୂର୍ଯ୍ୟଙ୍କ ଖରା ଗହଣା 

ରୂପେଲି ରୂପେଲି ସୁନେଲି ସୁନେଲି 

ମହୁଲି ଲାଗେ ଅଗଣା 

କିଏ ଆଖି ଥାଇ ଅନ୍ଧ,ଖୋଜେ କାଳେ ରନ୍ଦ୍ର 

ବାଜୁଛି ସମୟ ବାଜଣା 

ଚକାଆଖି ପରି ଗୋଲ ଗୋଲ ସବୁ ଏଠି 

ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ଠିକଣା ।


Rate this content
Log in

Similar oriya poem from Abstract