STORYMIRROR

Sunanda Mohanty

Tragedy Action Thriller

4  

Sunanda Mohanty

Tragedy Action Thriller

ପାଦ

ପାଦ

1 min
14


ବାପାଙ୍କ ପାଦ ଫେରିଥିଲା 

ସନ୍ତାନ ମଙ୍ଗଳ ନିମନ୍ତେ 

ମଙ୍ଗଳ ଗ୍ରହର ଏଲିଅନ 

କହନ୍ତୁ ସମସ୍ତେ 

ବୁଝିବେ ପରସ୍ତେ ପାଦ ଦୁଇ 

ଝୁଲି ଝୁଲି ଯାଉଥିବ ଯେବେ 

ସ୍ବର୍ଗଦ୍ୱାର ଅଭିମୁଖେ 

ନଥିବ ଚାଞ୍ଚଲ୍ୟ 

ନଥିବ ଅନୁଶୋଚନା କି ଗ୍ଳାନି 

ସେଇଦିନ ଆସିବା ଯାଏଁ 

ପାଦ ଯେବେ କହୁଥିବ ଯିବି କି ନାହିଁ 

ବାପା ହେଲେ ବୁଝିଯିବ ପୁଅ 

ଜେଜେ ହେଲେ ବୁଝିଯିବ ଦୁଆର ନଦିଅ 

ସେତେବେଳକୁ ବାପାଙ୍କ ପାଦ 

ଅନ୍ଧକାରେ ଝଲସିବ 

ଶୁଣି ଶବ୍ଦମାନଙ୍କ ଆର୍ତ୍ତନାଦ 

ସେ ଶବ୍ଦ ସବୁ ଶୁଭୁଥିଲେ ହେଲା 

ନଚେତ ନିଜ ମନଟା ତ ମାନିଗଲା 

ବାପା କହିଥିଲେ ସେ ବେଳ ଆସୁ 

ବୁଝିଯିବୁ ବାପା ହେବା ସହଜ ନୁହେଁ 

ପାଦ ଧରି କ୍ଷମା ମାଗିବାକୁ 

କିଏ ଥିବ ହୃଦୟ ତନ୍ତ୍ରୀର ଏମୁଣ୍ଡ ସେମୁଣ୍ଡ ଯାଏ

ରୋଦନ ଓ ବିଳାପର ବେଦ 

ଚତୁର୍ବେଦ ପରେ

ପାଦ ନିଶ୍ଚୟ ଅପାଦ ନିର୍ବେଦ 

ଦୁନିଆଁ ତା ବାଟରେ ଚାଲିଥିବ ।।


Rate this content
Log in

Similar oriya poem from Tragedy