ପାଦ
ପାଦ
ବାପାଙ୍କ ପାଦ ଫେରିଥିଲା
ସନ୍ତାନ ମଙ୍ଗଳ ନିମନ୍ତେ
ମଙ୍ଗଳ ଗ୍ରହର ଏଲିଅନ
କହନ୍ତୁ ସମସ୍ତେ
ବୁଝିବେ ପରସ୍ତେ ପାଦ ଦୁଇ
ଝୁଲି ଝୁଲି ଯାଉଥିବ ଯେବେ
ସ୍ବର୍ଗଦ୍ୱାର ଅଭିମୁଖେ
ନଥିବ ଚାଞ୍ଚଲ୍ୟ
ନଥିବ ଅନୁଶୋଚନା କି ଗ୍ଳାନି
ସେଇଦିନ ଆସିବା ଯାଏଁ
ପାଦ ଯେବେ କହୁଥିବ ଯିବି କି ନାହିଁ
ବାପା ହେଲେ ବୁଝିଯିବ ପୁଅ
ଜେଜେ ହେଲେ ବୁଝିଯିବ ଦୁଆର ନଦିଅ
ସେତେବେଳକୁ ବାପାଙ୍କ ପାଦ
ଅନ୍ଧକାରେ ଝଲସିବ
ଶୁଣି ଶବ୍ଦମାନଙ୍କ ଆର୍ତ୍ତନାଦ
ସେ ଶବ୍ଦ ସବୁ ଶୁଭୁଥିଲେ ହେଲା
ନଚେତ ନିଜ ମନଟା ତ ମାନିଗଲା
ବାପା କହିଥିଲେ ସେ ବେଳ ଆସୁ
ବୁଝିଯିବୁ ବାପା ହେବା ସହଜ ନୁହେଁ
ପାଦ ଧରି କ୍ଷମା ମାଗିବାକୁ
କିଏ ଥିବ ହୃଦୟ ତନ୍ତ୍ରୀର ଏମୁଣ୍ଡ ସେମୁଣ୍ଡ ଯାଏ
ରୋଦନ ଓ ବିଳାପର ବେଦ
ଚତୁର୍ବେଦ ପରେ
ପାଦ ନିଶ୍ଚୟ ଅପାଦ ନିର୍ବେଦ
ଦୁନିଆଁ ତା ବାଟରେ ଚାଲିଥିବ ।।
