Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ଶ୍ରୀ ରାଧାଙ୍କଭାବନା

ଶ୍ରୀ ରାଧାଙ୍କଭାବନା

1 min
154


ପୁଞ୍ଜେ ପୁଞ୍ଜେ ସଖୀ

କୁଞ୍ଜେ କୁଞ୍ଜେ ବସି

କିଣି ନେଲ, ବ୍ରଜ ସୁନ୍ଦର ମନ ।


ଜାଣିଛ ହୁନ୍ଦର

ତୁମେତ ସୁନ୍ଦର

ରଶି ନେଲ,ସୁନା ରତନ ଧନ ।

      

ଏହି ଗୋପ ନାରୀ

କେଡେ ମନୋହାରୀ

ତୋ ପଦ କିଙ୍କର, ହୃଦ ରତନ ।


ତୋର ପଦ ଧରି

ଯିବେ ସେହି ତରି

ମୁଁ କଣ କରବି, ବାଉଳା ମନ ।

        

ଦେଖି ଅବିଗୁଣ

ଦଣ୍ଡ ପୁଣ ପୁଣ

ଦଣ୍ଡ ଧାରୀ ତୁମ୍ଭେ, ଶୀତ ଚନ୍ଦନ ।


ହୁଅ ଅନ୍ତରେ ସାହା

ପ୍ରସାରି ମହା ମାୟା

ମାୟାଧର ମୁହିଁ,କରେ କ୍ରନ୍ଦନ ।

       

ଫୁଟାଇ ଦେଇ ଆଖି

କରିଦେ ନିରୀମାଖି

ଦୁର୍ମୁଖ ପଣ ଯାଉ କରେ ଭଜନ ।


ମଞ୍ଜାରୀ କୁଳ ଠୁଳ

ଖୁଆଇ କ୍ଷୀର ପୁଳ

କ୍ଷୀର ଖିଆ ବୁଦ୍ଧି କାହୁଁ ତୁ କୃଷ୍ଣ ।

        

ଗୋକୁଳ ମୋହି

ବେଣୁ ବଜାଇ

ବେଣୁ ସ୍ୱନେ ନିଅ ଆମ୍ଭରି ମନ ।


ଵିଧି ଇଛା ସିଦ୍ଧି

ହରିନେଲା ନିଧି

ନିଧି ଙ୍କର ବନ୍ଧୁ ମଧୁସୂଦନ ।

      

ରହିବି କିପରି

ହୃଦେ ଆଙ୍କି ଗାରି

ହୃଦୟ ବିହ୍ଵଳ ହୁଅଇ ମନ ।


ଭାବ କୁ ନିକଟ

ଭାବ ବିନୋଦିଆ

ଭାବ ରେ ଭାବିତ, ଜୀବନ ଧନ ।

      

ହଜାଇ ଦେଇ ଜ୍ଞାନ

ଚାରୁ ଘନ,ଅପଘନ

ଚରିତ ମାନସେ କରି  ।


ଏଣୁ କି ତୋ ରୀତି

ହେ, ଆଚରୁ ଶ୍ରୀପତି

ଦେଇ ଦେ ମୁକତି ପ୍ରିୟ ରତନ ।


Rate this content
Log in

Similar oriya poem from Inspirational