STORYMIRROR

Kabiratna Nutan Kumar Behera

Inspirational Others

3  

Kabiratna Nutan Kumar Behera

Inspirational Others

ଟ୍ରେନ ଓ ବୁଲା ବିକାଳୀ

ଟ୍ରେନ ଓ ବୁଲା ବିକାଳୀ

1 min
78


ଟ୍ରେନଟିଏ ଷ୍ଟେସନରେ ପହଞ୍ଚୁ ପହଞ୍ଚୁ

ଭିଡ଼ ଭିତରୁ ଡ଼ାକ ପକାଇ ଉଚ୍ଚ ସ୍ଵରରେ 

ଧାଇଁ ଆସନ୍ତି ଅନେକ ବୁଲା ବିକାଳୀ ସେ ପାଖକୁ 

ହାତରେ ଥଳୀରେ ଧରି କି କାନ୍ଧରେ ବୋହି

ନିତ୍ୟବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକୀୟ ଦ୍ରବ

ପାନ ଗୁଟୁକାଠାରୁ ଚା' କଫି ଚେନାଚୁର ପାଉଁରୁଟି

ଫଳମୂଳ ଜଳଖିଆ ବହି ଖବରକାଗଜ 

ଥଣ୍ଡା ଜୁସ୍ ପାଣି ବୋତଲ ଇତ୍ୟାଦି

ସିଟ୍ ରେ ବସିଥିବା ଯାତ୍ରୀଙ୍କ ପାଖକୁ ଯାଇ

ବିନୟରେ ମୂଲଚାଲ କରି ବିକନ୍ତି

ଯାହାର ଯା' ଥାଏ ଦରକାର

ସଙ୍ଗେ ସଙ୍ଗେ କିଣିନିଏ ବସି ସେଇଠାରେ

ପାଖରେ ପାଇ ଯାତ୍ରୀଟିଏ ହୁଏ ବହୁତ ଖୁସି

ଯିବାକୁ ପଡ଼େ ନାହିଁ ଟ୍ରେନରୁ ଓହ୍ଲାଇ

ନୂଆ ଅପରିଚିତ ଜାଗାରେ ଟ୍ରେନରୁ ତଳକୁ ଯାଇ

ସେ ଜିନିଷ ଆଣିବାକୁ ହୁଏ ଅସୁବିଧା

ଫେରୁ ଫେରୁ ହୁଏତ ଛାଡ଼ି ଦେଇ ଯିବ ଟ୍ରେନ

ଅବା କେଉଁ ଠକ ହାବୁଡ଼ ପଡ଼ି ହେବ ହଇରାଣ

ବୁଲା ବିକାଳୀମାନେ ଯାତ୍ରୀଙ୍କର କରନ୍ତି ସେବା

ଜଣେ ବନ୍ଧୁ ଭାବରେ ଶୁଭାକାଂକ୍ଷୀ ଭାବରେ

ଟ୍ରେନ ଓ ବୁଲା ବିକାଳୀର ସଂପର୍କ

ରହିଥାଏ ଅତି ଘନିଷ୍ଠ ଆତ୍ମୀୟଜନଙ୍କ ପରି

କେତେ ବେଳେ କେଉଁ ଟ୍ରେନ କେଉଁଠୁ ଆସିବ

ସେମାନଙ୍କୁ ଥାଏ ଭଲ ଭାବରେ ଥାଏ ଜଣା 

ଆସିବା ଟ୍ରେନ ପୂର୍ବରୁ ସେମାନେ ରହିଥାନ୍ତି ପ୍ରସ୍ତୁତ

ଏ ତାଙ୍କର ଦୈନଦିନର ଜୀବନ ଜୀବିକା

ପ୍ଲାଟଫର୍ମ ଆଉ ଟ୍ରେନକୁ ଚଢ଼ି

ଜିନିଷ ବିକି ପାଳନ୍ତି ତାଙ୍କର ପରିବାର

ଟ୍ରେନ ଚଳାଚଳ ତାଙ୍କୁ ଦିଏ ଏ ସୁବିଧାସୁଯୋଗ

ଯାଉଥିବା ଆସୁଥିବା ଟ୍ରେନଗୁଡ଼ିକ ସହିତ

ରହିଥାଏ ବୁଲା ବିକାଳୀମାନଙ୍କର ଅତୁଟ ବନ୍ଧନ 

ସେଇ ତାଙ୍କର ଶ୍ରମ କରିବାର କ୍ଷେତ୍ର

ଟ୍ରେନର ଗତି ପରି ଚାଲିଥାଏ ତାଙ୍କ ଜୀବନ।

    



Rate this content
Log in

Similar oriya poem from Inspirational