STORYMIRROR

Bijaya Kumar Swain

Classics Others

3  

Bijaya Kumar Swain

Classics Others

ଶ୍ରୀ ହରିଶଙ୍କର,,,

ଶ୍ରୀ ହରିଶଙ୍କର,,,

1 min
213


ଗନ୍ଧ ମାରଦନ ପାଦ ଦେଶେ ସ୍ଥିତ

  ପ୍ରକୃତି ସୋନ୍ଦର୍ଯ୍ୟ କୋଳେ

ବିରଜି ଅଛନ୍ତି ଶ୍ରୀ ହରିଶଙ୍କର

  ଆହା କି ଆନନ୍ଦ ଭୋଳେ।

ହରି ଓ ଶଙ୍କର ପାଳନ ସଂହାର

 ବେନି ଶକ୍ତି ଏକ ହୋଇ

ପାଟଣା ଗଡ଼ର ଉପକଣ୍ଠେ ପ୍ରଭୁ

  ସ୍ଵୟଂ ବିରାଜିତ ହୋଇ।

ଚୌହାନ ବଂଶର ରାଜୁତି ସମୟେ

  ସ୍ଥାପିତ ଏହି ମନ୍ଦିର

ଆକର୍ଷିତ କରେ ନିରିମାଣ ଶୈଳୀ

  ଆହା କେଡ଼େ ମନୋହର।

ଆଦିବାସୀ ଜନେ ପୂଜନ୍ତି ତୁମକୁ

  ଅତ୍ୟନ୍ତ ଭକତି ଭାବେ

ହରି ଓ ଶଙ୍କର ବୁଝି ତାଙ୍କ ଭାବ

  ପୂଜା ଘେନନ୍ତି ଆନନ୍ଦେ।

ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥି

  ତୁମର ମୁଖ୍ୟ ପରବ

ଭକତ ମାନଙ୍କ କେତେ ଖୁସି ମନ

 ଭାଷା ରେ କିଏ ବର୍ଣ୍ଣିବ।

କୁଳୁ କୁଳୁ ନାଦେ ବହଇ ଝରଣା

 ତା ଜଳେରେ କରି ସ୍ନାନ

ପର୍ଯ୍ୟଟକ ଗଣେ ହୁଅନ୍ତି ଆନନ୍ଦ

  କରି ପ୍ରଭୁଙ୍କ ଦର୍ଶନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics