STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ଶ୍ରୀ ଗୁଣ୍ଡିଚା ରାଣୀ ଓ ଶ୍ରୀ ଜଗନ୍

ଶ୍ରୀ ଗୁଣ୍ଡିଚା ରାଣୀ ଓ ଶ୍ରୀ ଜଗନ୍

1 min
142


ଜୟ ଜୟ ଜଗନ୍ନାଥ ହେ

  ଜୟ ଦୀନ ବାନ୍ଧବ

ଜୟ ଜୟ ଜଗନ୍ନାଥ ହେ

  ବୁଝି ଭକତ ଭାବ।


ଗୁଣ୍ଡିଚା ରାଣୀ ଯେ ଭାବି 

   ଭକତି ଭାବେ

ଲଭିଣ ତୁମର କରୁଣା

   ଯଶ ଲଖିଲା ଭବେ।


ଗୁଣ୍ଡିଚା ରାଣୀ ର ଭକ୍ତି ରେ

  ତୁମ୍ଭେ ହୋଇ ସନ୍ତୁଷ୍ଟ

ମରତ ଧାମରେ ରଚିଲ

  ଲୀଳା ଗୁଣ୍ଡିଚା ଯାତ।


କେଉଁ ଜନମରେ କେତେ ସେ

   ତପ ଆଚରି ଥିଲା

ଜଗବନ୍ଧୁ ପରି ବନ୍ଧୁଙ୍କ

  ଆଶୀର୍ବାଦ ପାଇଲା।


ଗୁଣ୍ଡିଚା ରାଣୀଙ୍କ ଭକ୍ତିରେ

  ପ୍ରଭୁ ହୋଇ ସନ୍ତୁଷ୍ଟ

ତାଙ୍କ ନାମେ ଯାତ ରଚିଲ

  ନାମ ଗୁଣ୍ଡିଚା ଯାତ।


ରତନ ବେଦୀରୁ ଜନମ 

  ବେଦୀ ଆସନ୍ତି ଧାଇଁ

ମର୍ତ୍ତ୍ୟ ବୈକୁଣ୍ଠ ଯେ ବୋଲା ଏ

  ଏହି ଶ୍ରୀ କ୍ଷେତ୍ର ଭୂଇଁ।


ନବ ଦିନାତ୍ମକ ଯାତରା

  କରି ନୀଳାଚଳରେ

ମାଉସୀ ମା ଘରେ ଭୁଞ୍ଜନ୍ତି

  ପୋଡ଼ ପିଠା ଖୁସିରେ ।


ବାହୁଡ଼ା ଦଶମୀ ତିଥିରେ

  ଆସ ବାହୁଡ଼ି ରଙ୍ଗେ

କେତେ ଲୀଳା ଖେଳା କରୁଛ

  ରହି ଭକତ ସଙ୍ଗେ।


ଗୁଣ୍ଡିଚା ରାଣୀର ଭାବ କୁ

  ବୁଝି ଜଗତ ନାଥ

ତାଙ୍କ ନାମେ ଯାତ କରିଲ

  ଯାହା ଜଗତେ ଖ୍ୟାତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational