ଶ୍ରୀ ଗଣେଶ
ଶ୍ରୀ ଗଣେଶ
ଜୟ ଗଣପତି ଜୟ ପାର୍ବତୀନନ୍ଦନ
ଜୟ ଜୟ ଶିବ ପୁତ୍ର ବିଘ୍ନବିନାଶନ ।
ରିଦ୍ଧି ସିଦ୍ଧି ଙ୍କର ଦାତା ମୂଷିକବାହନ
ଜୟ ଜୟ ବକ୍ରତୁଣ୍ଡ ଜୟ ଗଜାନନ ।
ବିଦ୍ୟାଦାତା ବୁଦ୍ଧିଦାତା ତୁମେ ଜ୍ଞାନଦାତା
ଦେବ ଦେବ ମହାଦେବ ତୁମର ଭରତା।
ଶୁଭ ଲାଭ ଙ୍କ ପିଅର ଆହେ ଲମ୍ବୋଦର
ଦେଵଶ୍ରେଷ୍ଠ ଅଗ୍ରପୂଜ୍ୟ ଜ୍ଞାନ ର ଭଣ୍ଡାର ।
ତୁମ୍ଭ କୃପା ବଳେ ହୁଏ ଜ୍ଞାନ ର ଉଦୟ
ଅପୁତ୍ରିକ ଲଭେ ପୁତ୍ର ସର୍ବ କାର୍ଯ୍ୟ ଜୟ ।
ଦୁଃଖ ର ହରତା ତୁମେ ସୁଖ ର କରତା
ମଙ୍ଗଳ ମୁରତି ଜୟ ଜୟ ବିଘ୍ନହର୍ତ୍ତା ।
ପୁତ୍ର ମଧ୍ୟେ ଶ୍ରେଷ୍ଠ ତୁମେ ପିତୃ ମାତୃ ଭକ୍ତ
ତାଙ୍କ ପୟର ରେ ଦେଖ ଏ ସାରା ଜଗତ ।
ଜୟ ଜୟ ଗୋୖରୀସୂତ ଜୟ ଶ୍ରୀ ଗଣେଶ
ପ୍ରଣିପାତ ଘେନ ପ୍ରଭୁ ଦିଅ ହେ ଆଶିଷ ।
