STORYMIRROR

Gangotri Priyadarshini

Abstract Classics Inspirational

3  

Gangotri Priyadarshini

Abstract Classics Inspirational

ଶ୍ରେଷ୍ଠ ସୃଷ୍ଟି

ଶ୍ରେଷ୍ଠ ସୃଷ୍ଟି

1 min
180

ଜନ୍ମ ପରେ ଭୂପତିତ ହୋଇଲି ଯେ ଦିନ

ପ୍ରକୃତିର ମନୋରମ ସ୍ପର୍ଶ ଗଢି ତୋଳିଲା ଏ ଜୀବନ

ଈଶ୍ବରଙ୍କ ଶ୍ରେଷ୍ଠ ସୃଷ୍ଟି ମନୁଷ୍ୟ କୁ

ଧରା ପୃଷ୍ଠରେ ପ୍ରାପ୍ତ ହୋଇଲା ବରଦାନ ।


ପ୍ରତି ଇପ୍ସିତ ଅଭିଳାଷ ପୂର୍ଣ୍ଣ ହେଉଛି ସଂସାରେ

ସବୁଜିମା ଭରା ଶସ୍ୟ ଶ୍ୟାମଳ ପରିବେଶ ରହୁ ଅକ୍ଷୁର୍ଣ୍ଣ

ଧରା ହେବ ଧନ୍ୟ ସତେ ସେଇ ଦିନ

ହୃଦୟେ ବହିଲେ ପ୍ରକୃତି ପ୍ରତି କୃତଜ୍ଞ ଭାବ

ନିଜେ ବଞ୍ଚିଯିବା ପିଢ଼ି ପରେ ପିଢ଼ି ଜୀବନ ସିଞ୍ଚିବା

ସନ୍ତାନ ଶିରୀ ରହିବ ଅତୁଟ

ପ୍ରକୃତି କୋଳରେ ସୃଷ୍ଟି ସତ୍ୟ ଯେ ଅକାଟ୍ୟ ।


ଖାଦ୍ୟ ବସ୍ତ୍ର ବାସଗୃହ ର ଚାହିଦା

ନ ବଢୁ ମନୁଷ୍ୟ ଜୀବନେ ଅନାବଶ୍ୟକ ଇଛା

ଧରା ଧାମେ ଜନ୍ମି ଅତିଥି ପରାଏ

ସମ ଅଧିକାର ଉଣା ଅଧିକ ନ ହୁଏ

ଭେଟି ଦେଇ ଯିବା ସୁନ୍ଦର ଏ ସୃଷ୍ଟି

ଉତ୍ତର ପିଢ଼ିକୁ ପରିତୃପ୍ତିର ହସ ଧାରେ ଦେଇଯିବା ବାଣ୍ଟି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract