STORYMIRROR

Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ଶ୍ରେଷ୍ଠ ପ୍ରେମିକ

ଶ୍ରେଷ୍ଠ ପ୍ରେମିକ

1 min
290

କବି ପ୍ରେମ କରେ ପ୍ରେମିକ ପରି 

ନୈଶର୍ଗିକ ଉପମା ଶବ୍ଦକୁ ଥିରି 

ଶବ୍ଦରେ ବତୁରି ପ୍ରେମିକ ହୁଏ ଘାରି 

ଶବ୍ଦମାଳି ପାଇଁ କିଏ ନେଲା ତାହାରି 

କୋଉ ଶବ୍ଦ କାହା ସାଥିରେ ଯୋଡି 

ଉପମା ଅଳଙ୍କାର ଛନ୍ଦ ଛାନ୍ଦେ ଭରି 

କିଏ କଲେ ଚୋରି ଲାଗେ ଭାରି 

ଶବ୍ଦଖେଳ ଖେଳି କବି ପ୍ରେମିକ ପରି ଉତ୍ତୁରି 

ପ୍ରେମରେ କବିତା ଲେଖେ ବତୁରି ହେଉ ସତୁରି 

ପ୍ରେମେ ଧୋକା ଖାଇ ବୋକା ବୋଲି ନାହିଁ ମନେ ତାହାରି 

ରଖିଥାଏ ବାସ୍ନା ଭରି ଶବ୍ଦମାଳିରେ ଫୁଲ ଶର ପରି 

କବିତା ବନିତା ଲତାଙ୍କ ପରି 

ଆଜି କାଲି ଓ ଆସନ୍ତାକାଲି ଶବ୍ଦପାହାଡ଼ ପରି 

ମୁଣ୍ଡେଇ ରଖେ ସେ ନିଜ କଥା ଭିତିରି 

କବିତା ଲେଖେ ଚିଠିଟେ ପରି 

ପବନ କୁଆଡେ ବହୁଛି ବାରି 

କବିତାକୁ କରିବାକୁ ଚାତୁରୀ 

ଲାଗିଥାଏ କବି ପାରିଲା ପଣିଆ ଦେଖାଇ କରି 

କବି ମୁଁ ପ୍ରେମିକ ଶବ୍ଦ ମୋ ପ୍ରେମିକା 

କବିତା ମୋ ପ୍ରେମ ସନ୍ତକ ଡୋରି 

କବିତାକୁ କବି ମାଧ୍ୟମ କରି 

ପ୍ରେମ ଦଙ୍ଗାରେ ତଲେଇ ପରି 

ବାନ୍ଧି ଭାବୁଥାଏ ବିକଳ୍ପ ଶବ୍ଦର ସିଏ ନାଉରୀ 

ରୂପବତୀ ଗୁଣବତୀ ଶବ୍ଦର ପାରିଲାପଣିଆ ଭାରି 

ଆସେ ମାନସରୁ ଉତ୍ତୁରି ବତୁରି ଦେଖାଇ ଶିରୀ


Rate this content
Log in

Similar oriya poem from Romance