Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Others

3  

Anita Dash

Abstract Others

ଶ୍ରେଷ୍ଠ ଗୁରୁ

ଶ୍ରେଷ୍ଠ ଗୁରୁ

1 min
36



ଅଜ୍ଞାନ ଅନ୍ଧାର ମନରୁ ଦୂରେଇ

ତେଜେ ଦିବ୍ୟ ଜ୍ଞାନ ଜ୍ୟୋତି,

ଯା ପାଇଁ ଜୀବନ ଅମୃତମୟ

'ଗୁରୁ' ମହାନ ଶକତି । [୧]

ହୀନମନ୍ୟତାର ନରକରୁ ତାରି

ଜଗାଇ ଉଚ୍ଚାଭିଳାଷ,

ଅସାର ଜୀବନେ ଭରି ଦିଅନ୍ତି ଯେ

ଶାନ୍ତି ପ୍ରୀତିର ପିୟୁଷ । [୨]

ନିଜ ଅରଜିତ ପ୍ରାଣାଧିକ ତପ-

ପୂଣ୍ୟ ଫଳ କରି ଦାନ,

ଶ୍ରେଷ୍ଠ ଗୁରୁ ଚାହେଁ ଶିଷ୍ୟର ବୌଦ୍ଧିକ,

ନଇତିକ ଅଭ୍ୟୁଥାନ । [୩]

ଯାର ଅନୁଗ୍ରହେ ଦୂର ହୋଇଯାଏ

ଅମିମାଂସୀତ ସଂଶୟ,

ମନୁଷ୍ୟ ଜନମ ଲକ୍ଷ୍ୟ ବୁଝି ହୁଏ

ସେହି ନିଶ୍ଚେ ଗୁରୁ ଶ୍ରେୟ । [୪]

କଞ୍ଚା ମାଟି ମନେ ପିତୁଳା ଆକାର,

ସାକାରର କୁମ୍ଭକାର,

ମାତା ପିତା ଆମ ଆଦ୍ୟ ଗୁରୁ, ଭେଦ-

ଦେଇ ସୁଷମ ସଂସ୍କାର । [୫]

ପ୍ରକୃତି, ସମାଜ, ସାହିତ୍ୟ, ଦର୍ଶନ,

ଶିକ୍ଷା-ଗୁରୁ, ଦୀକ୍ଷା-ଗୁରୁ,

ଜୀବନ ଦର୍ଶନ ମାନ ଉଚ୍ଚ ରଖେ

ଦିବ୍ୟ 'ଅନୁଭୂତି' ଗରୁ । [୬]

ଜୀବ ଥିବା ଯାଏଁ ପାଶେ ପାଶେ ରହି

ଅନ୍ତର ତଳ 'ବିବେକ',

ନୀତି ଅନୀତିର ଭେଦ କହିଦିଏ

ସବୁଠୁ ଶ୍ରେଷ୍ଠ ଶିକ୍ଷକ । [୭]


Rate this content
Log in

Similar oriya poem from Abstract