Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract

3  

SUKANTA KHANDA

Abstract

ଶ୍ରେଷ୍ଠ ଦୁନିଆରେ

ଶ୍ରେଷ୍ଠ ଦୁନିଆରେ

1 min
202



ଦୁନିଆରେ ଶ୍ରେଷ୍ଠ ଯୋଦ୍ଧା ସିଏ ଅଟେ

ଯା'ର ନାମ ପର୍ଶୁରାମ

ଶ୍ରେଷ୍ଠ ପଣ୍ଡିତ ସେ ଦୁନିଆରେ ଗଣା

ଲଙ୍କାପତି ହିଁ ରାବଣ।୧

ଐତିହାସିକ ସେ ଦୁନିଆରେ ବଡ଼

ମହର୍ଷି ହିଁ ବେଦବ୍ୟାସ

ରାଜନୀତିଜ୍ଞ ସେ କହିବା ନିଶ୍ଚୟ

ଚାଣକ୍ୟ ମୁଖର ହସ।୨

ବଡ଼ ପରୀକ୍ଷକ ମହର୍ଷି ଭୃଗୁଙ୍କୁ

ଆଖ୍ୟା ଦିଆଯାଏ ଏଠି

ସର୍ବଶ୍ରେଷ୍ଠ ଦାନୀ ମହର୍ଷି ଦଧିଚି

ଯା'ପାଖରେ ଥିଲା କୋଠି।୩

କ୍ଷଣକୋପି ଆଉ କ୍ରୋଧ ଜରଜର

ଦୁର୍ବାସା ମୁନିଙ୍କୁ ଜାଣ

ସବୁଠାରୁ ବେଶୀ ଶାନ୍ତ ଓ ସରଳ

ମହର୍ଷି ବଶିଷ୍ଟ ପ୍ରାଣ।୪

ଗଣିତଜ୍ଞ ଅଟେ ଆର୍ଯ୍ୟଭଟ୍ଟ ନିଶ୍ଚେ

ବଡ଼ ଏ ମହୀ ପୃଷ୍ଠାରେ 

ଗରିବ ଭିତରେ ସୁଦାମା ନିଶ୍ଚୟ

ନିତି ଲୁହ ଯା'ର ଝରେ।୫

କର୍ମର ଅଧୀନ ସକଳ ସଂସାରେ

ଧର୍ମର ଫଳ ପାଇକି

ମରି ବଞ୍ଚିଛନ୍ତି ଏହି ପୃଥିବୀରେ

କେ'ହେବ ତାଙ୍କ ସରିକି?୬

ତୁମେ ଗୁରୁ ହୋଇ ଦେଖୁଥାଅ ସଦା

ଆମର ନୀଚ କର୍ମକୁ

ପରର ଗୋଡ଼କୁ ଟାଣୁଛୁ କେମିତି

ସିଂହାସନେ ବସିବାକୁ?୭

ଭାସିଯାଉ ଦେଶ ଅଥବା ଏ ମହୀ

ମାରିଯା'ନ୍ତୁ ପୋକ ପରି

ସକଳ ଅର୍ଥ ମୋ' ପେଟକୁ ଭରିବା 

ଶପଥ କରୁଛୁ ଜାରି।୮

ନୀଚତା ମନରେ ସମୁଦ୍ର ସଦୃଶ

ପାପକୁ ଧରୁ ଦେହରେ

କାମ ନୁହେଁ କଥା କହିକି ସରଟା

ଟାଣୁ ଏ ପାଣି ଉପରେ।୯

ଜଗତ କଲ୍ୟାଣ ଚୁଲିକୁ ନ ଯାଉ 

କେବେ କି କହୁଛୁ ଆମେ 

ପ୍ରତିକ୍ଷଣ ଏଠି ମିଛର ମଙ୍ଗରେ

ଧରି ଚାଲୁଅଛୁ ଭୂମେ।୧୦


Rate this content
Log in

Similar oriya poem from Abstract