Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kananbala Das

Abstract

4.4  

Kananbala Das

Abstract

ଶ୍ରେଷ୍ଠ ବନ୍ଧୁ

ଶ୍ରେଷ୍ଠ ବନ୍ଧୁ

1 min
348



ସମ୍ପର୍କ ସେତୁରେ ସୃଷ୍ଟିରେ ସ୍ରଷ୍ଟା ଙ୍କ

         ବନ୍ଧୁତା ଅନନ୍ୟ ଦାନ,

ଈଶ୍ୱରୀୟ କୃପା ବଳେ ବନ୍ଧୁ ମିଳେ

        ନିର୍ମଳ ହୋଇଲେ ମନ ।


ସଂସାର ହାଟରେ ମନଖୋଜେ ବନ୍ଧୁ

          ଚାହେଁ ନିବିଡ଼ ବନ୍ଧୁତା,

ମୁଠାଏ ସେନେହ ଆଞ୍ଜୁଳାଏ ଶ୍ରଦ୍ଧା

           ନିବିଡ଼ ଆନ୍ତରିକତା ।


ଜୀବନ ଯମୁନା ଉଜାଣି ସ୍ରୋତରେ

        ସ୍ନେହ, ମମତା, ମିତ୍ରତା,

ଭାବରୁ ଦୂରକୁ ଠେଲି ଦେବ ନାହିଁ

       ଥିଲେ ପ୍ରକୃତ ବନ୍ଧୁତା ।


ଅନ୍ତରାୟ କେବେ ସମୟ ହୁଏନା

       ମନରେ ନିଷ୍ଠା ରହିଲେ

ସମ୍ପର୍କର ଡୋର ନିବିଡ଼ ହୋଇବ

       ବାସ୍ତବ ବନ୍ଧୁତା ଥିଲେ ।


ଭୁଲ ବୁଝାମଣା ବନ୍ଧୁତା ଭାଙ୍ଗେନା

         ଯଦି ଥିବ ବନ୍ଧୁ ଭାବ,

ବନ୍ଧୁତା ଠୁଁ ବଳି ପବିତ୍ର ସମ୍ପର୍କ

         ଜଗତେ କାହୁଁ ପାଇବ ।


ବନ୍ଧୁଟିଏ ମିଳେ କୋଟିପୁଣ୍ୟ ବଳେ

          ଭାବ ପରସ୍ପର ପ୍ରତି,

ଜହ୍ନ ଓ ଜୋଛନା ଚନ୍ଦନ ଓ ବାସ୍ନା

         ଶ୍ରଦ୍ଧା ରେ ଯେସନ ପ୍ରୀତି ।


ଏ ମାୟା ସଂସାରେ ବନ୍ଧୁର ପଥରେ

          ଭାବ ସାଗରରେ ବୁଡି,

ପ୍ରଭୁ ଙ୍କୁ ବାନ୍ଧିବ ଭକ୍ତି ସମର୍ପଣେ

         ମୋହ ମାୟା ସବୁ ଛାଡି ।


ବନ୍ଧୁ ଭଳି ବନ୍ଧୁ ପ୍ରଭୁ ଜଗବନ୍ଧୁ

       ମନ ଆକାଶର ଇନ୍ଦୁ,

ଶ୍ରଦ୍ଧା ପଣେ ଭାବେ ବାସ୍ତବରେ ତୁମେ

       ଜୀବନ ର ଶ୍ରେଷ୍ଠ ବନ୍ଧୁ ।


      


Rate this content
Log in

Similar oriya poem from Abstract