STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ଶ୍ରେଣୀହୀନ ସମାଜ

ଶ୍ରେଣୀହୀନ ସମାଜ

1 min
200


ଆଜି ବି ଦେଖୁଛି ମୁହିଁ ଶ୍ରେଣୀହୀନ ସମାଜର ସ୍ପପ୍ନ

ଜାଣେନା କେବେ ଆସିବ କି ନାହିଁ ସେହି ଶୁଭ ଦିନ

ଆହୁରି ବାକି ସଂଘର୍ଷ ବଞ୍ଚିବାକୁ ଏଇ ଦୁନିଆ ବୁକୁରେ

ଅହରହ ଜଳିବାକୁ ହୁଏ ଆସନ୍ତା କାଲିର ଆଶାରେ!!


ଦୁର୍ବଳ ନିଷ୍ପେସିତ ଗର୍ବର ମୁହିଁ ଯେ ଶାଣିତ ସ୍ୱର

ଦୁଃଖ ଦୁର୍ଦ୍ଦିନରେ ସଦା ରହିଅଛି ସମ ଭାଗୀଦାର

ଲଢୁଛି ଲଢ଼ିବି ତମାମ ଜୀବନ କରିଅଛି ପଣ

ଆଣି ଦେବି ପୀଡିତ ଜନକୁ ତାର ନ୍ୟାଯ୍ୟ ଅଧିକାର!!


ତୁଟିବ ନିଶ୍ଚୟ ବିଭେଦ ବିଭାଜନର ଅଲଂଘ୍ୟ ପ୍ରାଚୀର

ଝଙ୍କୃତ ହେବ ଚତୁର୍ଦ୍ଦିଗେ ପରିବର୍ତ୍ତନର ମଧୁର ଝଙ୍କାର

ଦୂରେଇ ଯିବ ଏଇ ମଣିଷ ମନରୁ ହିଂସା ଦ୍ୱେଷ ଭାବ

ଜାଗି ଉଠିବ ସବୁରି ହୃଦେ ଐଶ୍ୱରିକ ସଦଭାବ!!


ରହିଛି ବିଶ୍ୱାସ ସ୍ୱପ୍ନ ଦିନେ ମୋହର ହୋଇବ ସାକାର

ଶ୍ରେଣୀହୀନ ସମାଜକୁ ନେଇ ହସି ଉଠିବ ବିଶ୍ୱ ଚରାଚର!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational