STORYMIRROR

Banabihari Mishra

Abstract

2  

Banabihari Mishra

Abstract

ସହୃଦୟତା

ସହୃଦୟତା

1 min
143

ଘର ଲିପାପୋଛା       କରିବାକୁ ଆସେ 

     ମୋ ଘରେ ତିରିଲା ଜଣେ, 

ଭୁଲ୍ ଦେଖି ତାର       ଘରଣୀ ମୋହର 

     ଖପା ହେଲା ତାକୁ ଦିନେ

କହିଲି କାହିଁକି         ତା ଉପରେ ରାଗି

     କର ନିଜ ମୁଣ୍ଡ ବଥା, 

ପେଟ ଚାଖଣ୍ଡକ        ପାଇଁ ସେ ଖଟୁଛି 

     ଭାବିଲ ଥରେ ଏ କଥା

କେତେଘରେ କାମ      କରିବାକୁ ସିଏ 

     ଆସିଛି ତା ଛୁଆ ଛାଡି, 

ତରତର ହୋଇ        ମାଜୁମାଜୁ ହାତୁ 

     ବାସନଟା ଗଲା ପଡି

ତାକୁ ଯଦି ତୁମେ       କଅଁଳେଇ ଟିକେ

     କହିବ ସେଇ କଥାକୁ, 

ତୁମ କଥା ମାନି        କାମ ସେ କରିବ

     ସମ୍ମାନ ଦେବ ତୁମକୁ

ଆମେ ସିନା ଟିକେ      ଆର୍ଥିକ ସବଳ 

     ସିଏ ତ ଦୁର୍ବଳ ଅଟେ, 

ସେଥିପାଇଁ ତାକୁ        ରାଗିବା ଚିଡିବା 

     ଉଚିତ ନୁହଁଇ ମୋଟେ

କଥା ମୋର ମାନି       ଘରଣୀ କହିଲା 

     ସେହିିଦିନୁ ମିଠା କଥା, 

'ମାଡାମ' ବଦଳେ       'ଦିଦି' ସେ ଡାକିଲା

     ବଢିଗଲା ଆତ୍ମୀୟତା

କହିଲି ବୁଝାଇ         ଘରଣୀକୁ ମୋର

     ଦେଖିଲ ପରିବର୍ତ୍ତନ, 

କଅଁଳ କଥାରେ         ହାତୀ ନଇଁପଡେ 

      ଛାର ଏ ମଣିଷ ମନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract