STORYMIRROR

Kalandi pal

Inspirational

3  

Kalandi pal

Inspirational

ଶରଧାରେ ଡାକି ଆଣିଛି

ଶରଧାରେ ଡାକି ଆଣିଛି

1 min
353


ଶରଧା ରାଣୀ ମାଆ ତାରିଣୀ

    ଶରଧାରେ ଡାକି ଆଣିଛି

ଅପାର କରୁଣା ଡୋରିରେ

    ମନକୁ ମୋ ବାନ୍ଧି ଦେଇଛି ।


ପୁଞ୍ଜି ପୁଞ୍ଜି ନାଲି ମନ୍ଦାର

     ଶରଧା ତ ଭାରି ମାଆର

କୁଞ୍ଚି କୁଞ୍ଚି ଶାଢ଼ୀ ନାଲିଆ

     ପିନ୍ଧିଲେ ଦିଶେ ସେ ବଢିଆ

ସୁନ୍ଦରୀ ପଣରେ ନାଲି ସିନ୍ଦୁରରେ

    ଭକତର ମନ ମୋହୁଛି

   ସେ ଯାଚି ଯାଚି ବର ଦେଉଛି ।


ହାତେ ନାଲି ଶଙ୍ଖା ପିନ୍ଧିଛି

      ମାଟି ଘୋଡାରେ ସେ ବୁଲୁଛି

ନୀତି ଝୁଣା ଧୂପ ପାଉଛି

     ପଞ୍ଚ ଆଳତି ତା ପାଶେ ହେଉଛି

ଘଣ୍ଟ ଘଣ୍ଟା ନାଦେ ଉଛୁଳି ପଡୁଛି

     ତା ପାଇଁ ଘଣ୍ଟ ମୁଁ ଆଣିଛି

   ମୋର ମନସ୍କାମ ପୂର୍ଣ୍ଣ ହୋଇଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational