ଦିଶୁଛି ଜାହାଜ ମାସ୍ତୁଲ
ଫୁଟିଛି କିଛି ରକ୍ତ ଗୋଲାପ ଫୁଲ
ବୋଧେ ପାଖେଇ ଆସୁଛି ବେଳ
କିଏ କହିବ ଆଉ କେତେ କାଳ
ଅସମୟରେ ପାଚିଯିବ ଫଳ
ପଚିଯିବ ବି ଏମିତି ଅନେକ ଅସନା
ପଡୁଛି ଯାହା ସଞ୍ଜ ଠୁ ସକାଳ
କେତେ ବାହିବ ନଈ ନାଳ
ଆକାଶ ପାତାଳ ଆଜି କରନ୍ତି ଗଣ୍ଡଗୋଳ
ଶେଷକୁ ସମୁଦ୍ର କୂଳ
କୁଢ଼ କୁଢ଼ ଅଳିଆରେ ଆଶ୍ୱାସନା ଭରା
ଏକମାତ୍ର ବୋଧେ ସମୁଦ୍ର ଲୁଣି ଜଳ
ସଞ୍ଜ ସକାଳ ପୁଣି ଖରାବେଳ
ଜହ୍ନରେ ନାମ ଲେଖିହେଲାନି ଭାବି
ଶୋଇ ଗଲେ କବି ଭୁଲି କୌଶଳ
ଆଜି ମନେ ପକାନ୍ତି ଦାୟାଦ ସକଳ
ମନ ହୃଦୟ ସ୍ୱଚ୍ଛ ଆଜି ନାହିଁ ଆବର୍ଜ୍ଜନା ପଙ୍କିଳ
ପୁଣି ସୂର୍ଯ୍ୟ ସମ ହେବାକୁ ଆଉ ଜଣେ ଜଣେ
ଯଜ୍ଞ ବିଜ୍ଞ ବିଜ୍ଞାନୀ ବକଳ ବିକଳ
ସୂର୍ଯ୍ୟ ସମ ତେଜ ରେ ଗତିଶୀଳ
କାହିଁ କେତେ ଦୂରୁ ଶୁଭେ ଶକୁନି ପଶାଖେଳ
ପାଖେଇ ଆସୁଛି ମାସ୍ତୁଲ
ଆସିଗଲା ଛାଇ ଲେଉଟାଣି ବେଳ
କରିବାକୁ ଜୀବନର ଆହୁତି ତତ୍କାଳ
କାହିଁ ଦୂରରୁ ଶୁଭୁଛି କବି କବୟିତ୍ରୀ ଙ୍କ
ପାଇଁ କାଳଜୟୀ କରତାଳ
ଅଣଚାଶ ପବନ ବହିଚାଲିବ କେତେକାଳ
ଚିହ୍ନା ଅଚିହ୍ନା ଭୁଲିବାର କାକତାଳ
କାଁହିକେତେ ଦୂରେ କବି ଶବ୍ଦ ଭାବଭୋଳ
ନିସ୍ତବ୍ଦ ନିଥର ମଣିଷ ପାଦଚିହ୍ନ ଛାଡ଼ି
ଶୋଇଯିବ କାଳଜୟୀ ହୋଇ ଚିରକାଳ
ଠିକ ଯେମିତି ଦିବଂଗତ କବିଙ୍କ ପାଇଁ
ଆସର ଅତୀବ ଶ୍ରଦ୍ଧାଞ୍ଜଳୀ ପୂର୍ଣ୍ଣ ଅଶ୍ରୁଳ