ଶ୍ରଦ୍ଧାଞ୍ଜଳି
ଶ୍ରଦ୍ଧାଞ୍ଜଳି
ଦୀପ ଲିଭି ଗଲା ଭାରତଵର୍ଷରୁ
ଶୋକ ଦେଇ ଅତି ମନେ
ଶୋକାକୁଳ ହେଲା ଏଥଲୀଟ ଭୂମି
ଗୌରବ ହୁଏଟି ମନେ ।
ମଶହୁର ପୁଣି ରାଷ୍ଟ୍ରବାଦୀ ସେହୁ
ମିଲ୍ଖା ସିଂହ ତାଙ୍କ ନାମ
ଫ୍ଲାଇଙ୍ଗ ସିଖରେ ବିଭୂଷିତ ସେହୁ
ସମସ୍ତ ହୃଦୟେ ନାମ ।
ମଶହୁର ସେହୁ ଏଥଲୀଟ ଖେଳେ
ଗୁଞ୍ଜୁ ଥିବ ସଦା ନାମ
ଖେଳର ଜଗତୁ ଚାଲି ଗଲା ସେହୁ
ରଖିଣ ପବିତ୍ର ନାମ ।
ଦୁଃଖାକୁଳ ହୋଇ ଦେଶର ପ୍ରଧାନ
ଶ୍ରଦ୍ଧାଞ୍ଜଳି ଦେଲେ ତାଙ୍କୁ
ବିପକ୍ଷ ଦଳର ନେତା ମାନେ ସବୁ
ଶ୍ରଦ୍ଧାଞ୍ଜଳି ଦେଲେ ତାଙ୍କୁ ।
ଶ୍ରଦ୍ଧାଞ୍ଜଳି ଦିଏ ଖେଳର ଜଗତ
ଅଶ୍ରୁପୂର୍ଣ୍ଣ ଚିତ୍ତେ ତାଙ୍କୁ
ଶ୍ରଦ୍ଧାଞ୍ଜଳି ଦିଏ ଦେଶର ଜନତା
ଦୁଃଖିତ ମନରେ ତାଙ୍କୁ ।
ଜଗନ୍ନାଥଙ୍କର ଶ୍ରୀଚରଣେ ସ୍ଥାନ
ଅବଶ୍ୟ ମିଳିବ ତାଙ୍କୁ
କାମନା କରୁଛୁ ସମ୍ପୂର୍ଣ୍ଣ ଭାରତ
ମୁକ୍ତି ମାର୍ଗ ମିଳୁ ତାଙ୍କୁ ।
ଦୁଃଖିତ କରିଣ ଆତ୍ମା ମିଶି ଗଲା
ପ୍ରଭୁଙ୍କ ଚରଣେ ତାଙ୍କ
ଗୌରବମୟ ହିଁ କଲାଟି ଭାରତ
ଶ୍ରଦ୍ଧାଞ୍ଜଳି ହୁଏ ତାଙ୍କ ।
ଦୀପ ଲିଭି ଗଲା ଭାରତବର୍ଷରୁ
ଶୋକ ଦେଇ ଗଲା ମନେ,
ଶୋକାକୁଳ ହେଲା ଏଥଲୀଟ ଭୂମି
ଗୌରବ ହୁଏଟି ମନେ ।
