STORYMIRROR

Dr Santosh Kumar Panda

Tragedy

3  

Dr Santosh Kumar Panda

Tragedy

ଶ୍ରଦ୍ଧାଞ୍ଜଳି ହେ ଜବାନ

ଶ୍ରଦ୍ଧାଞ୍ଜଳି ହେ ଜବାନ

1 min
202


ଯେତେ ଶ୍ରଦ୍ଧାଞ୍ଜଳି ଦେଲେ ଆହେ ବୀର

  ସବୁ କିଛି କମ୍ ହେବ

ତ୍ୟାଗ ଆଗେ ତୁମ ତୁଚ୍ଛ ଏହି ସବୁ

  ଏ ଧରା ମନେ ରଖିବ।୧।


ସୂର୍ଯ୍ୟ ଚନ୍ଦ୍ର ତାରା ଗ୍ରହ ଉପଗ୍ରହ

  ତବ ବିହୁନେ ଦୁଃଖିତ

ବୃକ୍ଷ ଲତା ଅବା ଏ ପ୍ରାଣୀଜଗତ

  ତୁମ ପାଶେ ମଥାନତ।୨।


 ଝୁରେ ମାଆ ମାଟି ବୀର ସନ୍ତାନକୁ

  କୋଳ ଶୂନ୍ୟ ହେଲା ତା'ର

 ବାହୁନି ବାହୁନି କାନ୍ଦୁଛି ଜନନୀ

  ଶୁଖେ ନାହିଁ ଲୁହ ଧାର।୩।


ହେ ପରମେଶ୍ୱର ଏତିକି ବିନତି

  ମାଗୁ ନାହିଁ ଆଉ କିଛି

ତବ କୋଳେ ପ୍ରଭୁ ସ୍ଥାନଟିଏ ଦେଇ

  ରଖିବ ଅମର କୀର୍ତ୍ତି।୪।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy