ଶ୍ରଦ୍ଧାଞ୍ଜଳି ବିଜୁବାବୁ
ଶ୍ରଦ୍ଧାଞ୍ଜଳି ବିଜୁବାବୁ
ମୁକୁଟ ବିହୀନ କଳିଙ୍ଗ ସମ୍ରାଟ ଉତ୍କଳ ର ବର ପୁତ୍ର
ଅନେକ ଅଲିଭା ଇତିହାସ ରଚି ଟେକଇ ଗୈାରବ ଛତ୍ର ।
ସପନ ଯାହାର ଗଢ଼ିବାକୁ ନୂଆ ବିଭବଶାଳିନୀ ରାଷ୍ଟ୍ର
ଓଡ଼ିଆ ଜାତିର ଉତୁଙ୍ଗ ବ୍ୟକ୍ତିତ୍ଵ,“ସେ ବିଜୁ ପଟ୍ଟନାୟକ” ।
ଦୂରଦ୍ରଷ୍ଟା ସ୍ଵାଭିମାନୀ ମାତୃଭୂମି ସେବାରେ ବିତାଇ ଦିନ
ସଫଳତା ଶିର୍ଶ ଶିଖର କୁ ଛୁଇଁ ସାକାର କରିଛ ସ୍ଵପ୍ନ ।
କ୍ରାନ୍ତିକାରୀ ଦୁଃସାହସୀ ହେବିକ୍ରମି ଜୀବନ କରିଛ ଧନ୍ୟ
ତବ ଜୟଜାତ୍ରା ବିଜୟର ଜୈତ୍ରୀ ଉଡୁଥିବ ସବୁଦିନ ।
ଜନମାନସର ପରାଣେ ପରାଣେ ଅଲିଭା ଚିତ୍ର ତୁମେ
ଓଡ଼ିଆ ପୁଅର ଗରବ ଗରିମା ରଖିଛ ଭାରତ ଭୂମେ ।
ବିଶ୍ଵଆକାଶରେ ଇର୍ଷଣୀୟ ଏକ ଉଜ୍ଜ୍ୱଳ ଆଲୋକ ରେଖା
ଭାରତୀୟବୀର ମହାମାନ୍ୟତୁମେ ଲେଖିବାକୁନାହିଁ ଭାଷା ।
ବିଶ୍ଵଆକାଶର ଦୀପ୍ତିବନ୍ତ ସୂର୍ଯ୍ୟ ଆଜି ମନେପଡେ ତୁମକଥା
ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପିଦେଇ ନମଇଁ ନୁଆଇଁ ମଥା ।
