STORYMIRROR

Kananbala Das

Children

3  

Kananbala Das

Children

ଶ୍ରଦ୍ଧା

ଶ୍ରଦ୍ଧା

1 min
252

ଝାଡୁ ମୁଠାଟିକୁ ହାତରେ ଧରି, 

ଶ୍ରଦ୍ଧା ବାହାରିଛି ସଫେଇ କରି ll


ଝାଡ଼ୁଟି ଅଟଇ ଧନଠୁ ବଡ

ଧନର ମନଟି ଝାଡୁଠୁ ବଡ ।।


ସ୍ୱଚ୍ଛ ଭାରତ କୁ ଗଢ଼ିବ ବୋଲି, 

ସଭିଙ୍କୁ ଆହ୍ୱାନ ଦେଉଛି ଖାଲି ll


କେଡେ ଅଲିଅଳି ରାଜକୁମାରୀ, 

ସୁନ୍ଦରୀ ରାଣୀ ମୋ ସରଗପରୀl


ଏତେ କୁନି ପିଲା କାମ ମହାନ

ସ୍ୱଚ୍ଛ ଭାରତ ର ସିଏ ସନ୍ତାନ ।।


ଚମ୍ପା ଫୁଲ ପରି ରଙ୍ଗ ତାହାର, 

ଚନ୍ଦ୍ରଉଦିଆ ସେ ଅତି ସୁନ୍ଦର ll


ମୋ ଧନ ସହିତ କେହେବ ସରି, 

ରୂପରେ ଗୁଣରେ ଅଟେ ସେ ପରୀl


ଧନରେ., ଆମର ଟେକ ରଖିବୁ, 

ସର୍ବଦା ତୁ ସତ୍ୟ ପଥରେ ଥିବୁ ll


କୃପା କରନ୍ତୁ ପ୍ରଭୁ ଜଗନ୍ନାଥ, 

ପୁଷ୍ପିତ ହେଉତୋ ଜୀବନପଥ ll


ବିଶ୍ୱବିଜୟିନୀ ହୋଇବୁ ତୁହି, 

ଏତିକି ଆଶୀଷ କରନ୍ତୁ ସାଇଁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children