ଶ୍ରାଵଣୀ
,,,,,,,,,,,,,,
କେମିତି ବୁଝିବୁ ମେଘ ତୁ ଶ୍ରାବଣ
ତୋ ଓଠର ଚଦ୍ରହାସ
ତୁ ତ ବରଷା ମେଘ ସଵାରୀରେ
ତା ମଲ୍ଲୀଫୁଲିଆ ହସ
ଟୋପା ଟୋପା ବରଷା ଗଜରା
ଝରିପଡ଼େ ତୋଫା ହସ
ହସି ଧରଣୀରାଣୀ ମାଗେ ବର୍ଷାରାଣୀ
ଦେଇଯା ତୋ ସ୍ପର୍ଶ
ଉଷ୍ମତା ତୋହର ଶୀତଳତା ଭରା
ଜାଣିବାକୁ କାର ତ୍ରାସ
ତୁ ତ ବରଷା ଋତୁରାଣୀର ପରସା
ମାଟିମାଆ ଉପଯୋଗୀ ଚାଷ
ତୁ ନଆସିଲେ ଧରା ସବୁଜ ରଙ୍ଗରେ
କେମିତି ନେବ ନିଶ୍ୱାସ
ସବୁଜରଙ୍ଗକୁ ସବୁଜିମା ଆଣି ମେଘ
ବରଷକେ ଥରେ ରା଼ସ
ରଜଟା ନହୁଲି ଚାହେଁ ବୁଲି ବୁଲି ଫୁଲି
ଶ୍ରାବଣର ମଧୁମାସ
ମେଘ ପାଲିଙ୍କିରେ ବରକନ୍ୟା ବେଶ
ଦେଖି ବର୍ଷାର ପୁଷମାସ
ଶ୍ରାବଣ ଶ୍ରାବଣୀ ବେଦୀରେ ଉଜାଣି
ବର୍ଷା ଢାଳେ ଅମୃତକଳସ
ସେ କଳସେ ଅଛି ଫୁଲ ଫଳ ପକ୍ଷୀ
ସକଳ ସକାଳ ନିର୍ଯ୍ୟାସ
ଶ୍ରାବଣ ଆଣିଛି ମଧୁମାସ ଶ୍ରାବଣୀ
ଆଖିରେ ଅଣ୍ଟିଏ ତୋଷ
ଖରା ଗିରିଶମ ନେଲାଣି ବିଦାୟ
ବର୍ଷାର ବୈଶାଖି ଶୋଷ