STORYMIRROR

Trushna Das

Abstract

3  

Trushna Das

Abstract

ଶ୍ରାବଣରେ

ଶ୍ରାବଣରେ

1 min
61

ଶ୍ରାବଣରେ ବର୍ଷା ଗାଏ ରୁମଝୁମ

 ମନ ହୁଏ ଛମଛମ

ମୟୂର ନାଚେ ଛନଛନ।


ଶ୍ରାବଣରେ ବାଦଳ ଓ ସୂୂୂର୍ଯ୍ୟର 

ଲୁଚକାଳି ଖେଳ 

ଦେଖିଲେ ଲାଗଇ ସୁୁନ୍ଦରତାର 

ଲୋଭନୀୟ ମେଳ

ଯେମିତି ଦ୍ୱାପର ଯୁୁୁଗର

ଶ୍ରୀକୃଷ୍ଣଙ୍କ ଗୋପୀମାନଙ୍କ ସହ ଖେଳ।


ଶ୍ରାବଣରେ ରୂପ ନଦୀର 

କେତେବେଳେ ଲାଗେ ଗଙ୍ଗା ମତା

ଧଳା ଶାଢ଼ୀ, ନାନା ଅଳଙ୍କାର ପିନ୍ଧି କଳକଳ ନାଦରେ 

ବହି ଯାଉଛନ୍ତି ଝରଝର ଗୀତ ଗାନ କରି ଖୁସୀରେ 

ପୁଣି ବେଳେବେଳେ ଲାଗଇରରେ 

ସେ ତାଣ୍ଡବ ଲୀଳା କରୁଛନ୍ତି ରାଗି ଯାଇରରେ।


ଶ୍ରାବଣରେ ଲାଗଇ ଧରାମାତା ସବୁଜ ଶାଢ଼ୀ ପିନ୍ଧି 

ଗ୍ଲେହ କରୁଛନ୍ତି ତାଙ୍କ ଛୁଆମାନଙ୍କୁ ନିଜ ବୁକୁରେ ଧରି 

ନାନା ପ୍ରକାର ପନିପରିବା, ଫଳମୂଳ, ପଷ୍ପ ଯୋଗାଇ 

ହସୁଛନ୍ତି ସେ ଶୀତଳ ହୋଇ।


ଶ୍ରାବଣରେ ବର୍ଷା ରାଣୀର ଝରଝର ଗାନରେ

ଇଛା ହୁଏ ବସି ଲେଖିବାକୁ କବିତା ସ୍ୱରରେ 

ହେଲେ କବୟିତ୍ରୀ ମୁଁ ନୁହଁଇରେ 

ବସି ଲେଖୁଛି ନିଜ ଭାବନାରେ।।


 


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Abstract