STORYMIRROR

Pranati Panda

Tragedy Classics

4  

Pranati Panda

Tragedy Classics

ଶ୍ରାବଣୀର ଲୁହ

ଶ୍ରାବଣୀର ଲୁହ

1 min
210


ଶତଧା ବିଦୀର୍ଣ୍ଣ  ହୋଇ ଚମକିଛି

    ମେଘମାଳା ଉଆସରେ ,

ଶ୍ରାବଣୀର ଲୁହ  ହୋଇ ଝରିଅଛି

    ଚପଳା ମେଘ ସାଥିରେ ।୧।


ବନସ୍ତ କାକଳି  ଗୁଞ୍ଜରି ଉଠିଛି

    ମୟୂରର ପଦେ ପଦେ ,

ଅଭିମାନୀ ମେଘ  ବରଷି ଯାଇଛି

    ବତାସିଆ ବାଆ ସାଥେ ।୨।


ସାଗରର ଢେଉ  ବେଳାର ବାଲିରେ

     ଲୁହ ଢାଳେ ଅହର୍ନିଶି,

ନୟନର ଜଳ   ଛଳ ଛଳ ହୋଇ

     ଏମିତି ପଡୁଛି ଖସି ।୩।


ପରାଚୀ'ର ସୂର୍ଯ୍ୟ   ଡୁବି ଯାଇଅଛି

      ସୂର୍ଯ୍ୟମୁଖୀ ଚାହିଁଅଛି,

ଅନ୍ତହୀନ ନିଜ  ଭାବନାକୁ ନେଇ 

     ଅପେକ୍ଷା କରି ବସିଛି ।୪।


କେବେ ସେ ଝରିଛି  ନୀଳକଇଁ ହୋଇ

     କେବେ ବିରହୀ ତମସା ,

ନିଦହଜା ଆଖି    ଯୁଗ ଯୁଗ ଧରି

     ତଥାପି ରଖିଛି ଆଶା ।୫।


ଆଜି ଅବା ଆଉ  କାଲିକି ବି' ନୁହେଁ

     ସହସ୍ର ଜନମ ଧରି ,

ଅପେକ୍ଷା କରିଛି   କରିଥିବି ମଧ୍ୟ 

    ଅଝଟିଆ ଶିଶୁ ପରି ।୬।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy