STORYMIRROR

Sambit Srikumar

Romance

3  

Sambit Srikumar

Romance

ଶ୍ରାବଣୀ

ଶ୍ରାବଣୀ

1 min
209


ପ୍ରିୟା ଗୋ!

ତୁମେ ଶ୍ରାବଣୀ, 

ମୋ ଜୀବନ ମରୁରେ 

ଯାଅ ବାରେ ସଞ୍ଚରି

ଶିହରାଇ ତନୁମନ

ସୃଷ୍ଟି କର ସବୁଜ ବନାନୀ!!


ପ୍ରିୟା ଗୋ!

ତୁମେ ଶ୍ରାବଣୀ,

ମୋ ପିୟାସୀ ମନେ

ଯାଅ ଝୁମି ଝୁମି ବର୍ଷି

ଭିଜାଅ ପରାଣ ମୋର

ସବୁ ତୃଷ୍ଣା ଯାଉ ମେଣ୍ଟି!!


ପ୍ରିୟା ଗୋ!

ତୁମେ ଶ୍ରାବଣୀ,

ଚପଳଛନ୍ଦା ଗଜଗାମିନୀ

ତୁମ ଚଲାପଥେ

ଫୁଟିଉଠୁ ନୀଳ ନଳିନୀ!!


ପ୍ରିୟା ଗୋ!

ତୁମେ ଶ୍ରାବଣୀ,

ଚଞ୍ଚଳା ମୃଦୁହାସିନୀ

ତୁମ ମତୁଆଲା ସ୍ପର୍ଶେ

କର ମୋତେ ବନ୍ଦୀ

ଆଗୋ ମନମାନିନୀ!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance