STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଶ୍ରାବଣୀ ଓ ତାର ଲୁହ

ଶ୍ରାବଣୀ ଓ ତାର ଲୁହ

1 min
321

ଶ୍ରାବଣ ର ଓଦା ଦେହ

ଓ ଭିଜା ମନ

ମୋ ପାଇଁ ବିଲକୁଲ ବି

ନିଆରା କି ନୂଆ ନୁହଁ

ମୋ ଶୁଖା ମନକୁ ତ

କେତେଥର ଭିଜେଇଛି ମୋ ଶ୍ରାବଣୀ

ତାର ମିଠା ଛୁଆଁ ଓ ମୁରୁକି ହସରେ

ଖେଳିଛି ସତରଙ୍ଗୀ ହୋଲି

ଶୀତଳ ବରଷାର ଉପସ୍ଥିତିରେ

ଘାଇଲା ହେଇଛି ଶହେଥର

ତା ନିରୀହl ଆଖିର ଲୁହ ବର୍ଷାରେ

ଓଃ !କି ବେଦରଦୀ ଦରଜ

ଫିକା ଲାଗେ ମତେ

ଶ୍ରାବଣ ଓ ତା ବୁନ୍ଦା ବୁନ୍ଦା ପାଣି

ମୋ ଶ୍ରାବଣୀ ବିନା

ଏସବୁ ତ ମୋ ପାଇଁ ରଙ୍ଗ ଥାଇ ବି ରଙ୍ଗହୀନ

ହଁ, ଏବେ ମୁଁ ସମ୍ପୂର୍ଣ ପ୍ରସ୍ତୁତ

ଭିଜିବି ସିନା ଏକା

ହେଲେ ମୋ ଶ୍ରାବଣୀର ଲୁହଭିଜା ଆଖିର ସ୍ମୃତିର ମହକରେ

ହଜେଇବି ନିଜକୁ ତା ଆଖିରେ ପୁଣିଥରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract