ଶ୍ରାବଣୀ ଗୋ ତୁମେ !
ଶ୍ରାବଣୀ ଗୋ ତୁମେ !
ଶ୍ରାବଣୀଗୋ ତୁମେ !
କେଉଁ ରାଇଜରେ
ରହିଲ ଗୋ ତୁମେ
ମନେକି ପଡୁନି ଥରେ
ବର୍ଷାରେ ଦିନେ ଭିଜୁଥିଲେ ଆମେ
ମେଘ ରାଇଜର ସୁରେ
ଶ୍ରାବଣୀ ଗୋ ତୁମେ !
ଆକାଶରେ ରହି
ଦେଖୁଛ କଣେଇ କଣେଇ
ଡାକିବିକି ଆଦରରେ
କାହିଁକି ଡାକିବି
ବୁଝିନ ପାରଇ
ଜାଣିନି ମୁଁ ହୃଦୟରେ
ଶ୍ରାବଣୀ ଗୋ ତୁମେ !
ପାଦର ଘୁଙ୍ଗୁରୁ ରୁଣୁ ଝୁଣୁ ହେଲେ
ନିଦ ହଜିଯାଏ ମୋର
ଝରକା ଫାଙ୍କରେ ଲୁଚି ଦେଖେ
ବର୍ଷା ଭିଜା ଦେହେ ମୋର
ଶ୍ରାବଣୀ ଗୋ ତୁମେ !
ସଦା ପ୍ରସ୍ତୁତ ରହି ଥାଏ ମୁହିଁ
ଆସିବା ବାଟକୁ ତୁମର
ବେଳ ଅବଳେ ଭାବିନି ମନରେ
ରଖିଛି ମୋ ଖୋଲା ଦ୍ୱାର

