STORYMIRROR

Prafulla Chandra Mishra

Thriller

3  

Prafulla Chandra Mishra

Thriller

ଶ୍ରାବଣ ସୋମବାର(କାଉଡିଆ ଗୀତ)

ଶ୍ରାବଣ ସୋମବାର(କାଉଡିଆ ଗୀତ)

1 min
150


ଝୁଲୁ ରେ, କାଉଡିଆ ଭାଇ

ତୁ ବାହୁଙ୍ଗି କାନ୍ଧେ କାନ୍ଧେଇ ।


ଶ୍ରାବଣ ମାସର ଆଦ୍ୟ ସୋମବାର

ଆକାଶୁ ଝରଇ ବରଷାର ଧାର,

ଶିବ ସୋମବାର ଏହି,

ଝୁଲୁ ରେ, ତୁ ଶିବ ମନ୍ତ୍ର ଗାଇଗାଇ

ଆନନ୍ଦେ ତୁ ହୋଇ ବାଇ, ରେ

ଝୁଲୁ କାଉଡିଆ ଭାଇ ।


ପବିତ୍ର ଜଳକୁ ସୁବର୍ଣ୍ଣ ଝରୀ ରେ

ପବିତ୍ର ନଦୀ ରୁ ଆଣି ତୁ ଆ’ଆରେ

ଜଳେ ଅଭିଷେକ କରାଇ

ଆଶୁତୋଷେ ତୋଷି ଝୁଲୁ କାଉଡିଆ

ଶିବାଷ୍ଟକ ଗାଇଗାଇ, ରେ

ଝୁଲ କାଉଡିଆ ଭାଇ ।


ଭୋଳା ମହେଶ୍ଵର ହୋଇଲେ ସନ୍ତୋଷ

ପୁରଣ ହୋଇବ ତୋର ଅଭିଳାଷ

ମନୁ ସନ୍ଦେହ ତୁଟାଇ

ଗଣେଶ କାର୍ତ୍ତିକ ପାର୍ବତୀ ମାତାଙ୍କୁ

ପୁଜ ଦୀପଦାନ ଦେଇ, ରେ

ଝୁଲୁ କାଉଡିଆ ଭାଇ ।


Rate this content
Log in

Similar oriya poem from Thriller