STORYMIRROR

Chinmaya Nayak

Abstract Thriller Others

3  

Chinmaya Nayak

Abstract Thriller Others

ଶ୍ରାବଣ ସହ ମୁଁ

ଶ୍ରାବଣ ସହ ମୁଁ

1 min
122

ହେ ଶ୍ରାବଣ

ତୁମେ ରହିଯାଅ ମୋ ସାଥେ

ମାନସିକ ବାକି ଅଛି ଯେତେ,

ଫେରିଯିବା ସାଥି ହୋଇ

ପୁନର୍ବାର ସାକ୍ଷତର ଆଶା ନେଇ

କାଉଡିଆ ସାଜିବାକୁ ମନ

ହେବ କି ମୋ ଦିବା ସ୍ଵପ୍ନ

ଦେଉଛି ସବତ

ହେବି ମୁଁ କାଉଡିଆ, ନଚେତ୍ ଭକତ

ମିଳିଲେ ତୁମେ ନିଶା ପଥେ

ବିଜୁଳି ଶବଦ ସଙ୍ଗତେ,

ବାଟୋଇ ମୁଁ ଏକା କାଉଡି କାନ୍ଧେ

ମହୋଲ୍ଲାସେ ବର୍ଷାର ମଧୁଝରେ

ତନୁ ତ ତନୁ, ସ୍ନିଗ୍ଧ ଜ୍ୟୋତ୍ସ୍ନା ପରିପ୍ଲୁତେ

ଯେତେ ଭିଜିଲେବି ଏ ମନ ମାନେନା

ଅବ୍ୟକ୍ତ ଅନ୍ତରର ବେଦନା, 

ତୁମ ସାଥେ ଚାଲୁ ଚାଲୁ

ବୋହିଯାଏ ସବୁରି ଦୁଃଖ 

ଦେଖିବି ବେଗେ ଯାଇ ଚନ୍ଦ୍ରଚୂଡ଼ ମୁଖ l  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract