STORYMIRROR

Amitav Sahu

Abstract

2  

Amitav Sahu

Abstract

ସହର ଭିତରେ ଜୀବନ

ସହର ଭିତରେ ଜୀବନ

1 min
139

ଭାରି ଅସ୍ତ ବ୍ୟସ୍ତ ଦହଗଞ୍ଜ

ଧୁଳି ଧୂଆଁ ଭାଗଦୌଡ ଭିତରେ

କାଟିବାକୁ ହୁଏ ସହରୀ ଜୀବନ

ନା ସେଠି ଥାଏ ଖୋଲା ପବନ

ସବୁଜିମାର ଶୀତଳ ଆସ୍ତରଣ

ବଡବଡ କୋଠା ଗଳି କନ୍ଦି

ଗାଡି ଘୋଡାର ଭିଡ

ଲୋକଙ୍କ ହୋ ହଲ୍ଲାରେ

ଡହ ଡହ ଡହକୁ ଥାଏ

ସହରର ସବୁ ସ୍ଥାନ


ଘଟଣା ଦୁର୍ଘଟଣା ନିତିନିତି

ଦାଦାବଟି ମାରପିଟ

ଚୋର ଟାଉଟର ପହଣ ପହଣ

ଅଚିହ୍ନା ଅଜଣା ଭିତରେ

କାର୍ଯ୍ୟରତ ନିଜେ ନିଜର

ସୁଖ ଦୁଃଖ ବାଣ୍ଟିବାକୁ ନଥାଏ ଆପଣାର


ଏମିତି ଏକ ସହର

କେବେ ସଙ୍କଟ ପାଣିର

କେବେ ରହିବାର

ଏ ଗଳିରୁ ସେ ଗଳି, ଏ ଘରରୁ ସେ ଘର

କେବେ ବିସ୍ଫୋରଣ, ନାରୀ ଧର୍ଷଣ

କେବେ ଆଶଙ୍କା ଆତଙ୍କର

ଘରୁ ଗୋଡ କାଢିବାକୁ ଡର

ଜୁଆ ଆଡ୍ଡା ହୋଟେଲ କ୍ଲବରେ ଭରପୁର


ତଥାପି ମଣିଷ

କାହିଁକି ଯେ ଖୋଜେ ସହର

ଛାଡିଦେଇ ଗାଁର ସରଳ ଜୀବନ

ସାହି ପଡିସା ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ଵଜନ

ଯେଉଁଠି ଜୀବନ

ଜୀବନ ନୁହଁ ପାଲଟି ଯାଏ ଶ୍ମଶାନ



Rate this content
Log in

Similar oriya poem from Abstract