STORYMIRROR

Satyabati Swain

Inspirational Children

4  

Satyabati Swain

Inspirational Children

ଶପଥ

ଶପଥ

1 min
435

ହସରେ ତାର ଅମୃତ ଝର

ହସି ଉଠଇ ତା ପାଇଁ ଘର

ସିଏ ପ୍ରକୃତ ସମ୍ପଦ ଆମର

ଭାଗ୍ୟ ବିଧାତା ଭବିଷ୍ୟତର

ଶିଶୁ ନାଁ ଟି ତାର

ସେ ଜୀବନ ବାପମା, ସମାଜର।


ତାର ସୁରକ୍ଷା ଦେଶର ରକ୍ଷା

ଶିକ୍ଷା ସଂସ୍କର ତା ପାଇଁ କା

ସୁସ୍ଥ ସୁରକ୍ଷିତ ପୃଥିବୀ ଏକା

ହିତୋପଦେଶ ସୁ କାର୍ଯ୍ୟ ସୁ ଶିକ୍ଷା

ଲୋଡାଟି ତା ପାଇଁ

ଶିଶୁ ହସିଲେ ହସେ ମରତ ଭୁଇଁ।


ସୁସ୍ଥ ପରିବେଶ ସ୍ୱଚ୍ଛତା ତାର

ସୁଷମ ଖାଦ୍ୟ ନିହାତି ଦରକାର

ସ୍ନେହ ମମତା ସେନେହ ଝର

ଦେଇ ତା ହୃଦେ ସଦାଚାର

ଉପଯୁକ୍ତ ପରିବେଶ

ଦେଲେ ବୁହାଇବ ସେ ଖୁସି ପୀୟୁଷ।


ଆସରେ ଆଜି ଶପଥ ନେବା

ଶିଶୁଙ୍କ ହିତ ପାଇଁ କାମ କରିବା

ଖାଦ୍ୟ ଯତ୍ନ ଦେଇ ତା ମନ ବୁଝିବା 

ଦୁଷ୍କର୍ମଠୁ ଦୁରେ

ରଖିବା କନ୍ୟା ଶିଶୁକୁ ଆମରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational