ଶପଥ
ଶପଥ
ସମସ୍ତେ ଜାଣନ୍ତି
ମଧୁର ବଚନେ ପଇସା ପଡ଼ଇ ନାହିଁ
ତଥାପି କୃପଣ ଆମେ କିଆଁ
ପ୍ରକୃତି ଛାଡନ୍ତି ନାହିଁ ?
ନିଷ୍ଟୁର ରୁକ୍ଷ କଥା
ଆନର ହୃଦୟେ
କି ଦିଏ ବ୍ୟଥା
ଏହା କି ଜାଣିନ ତୁମେ
ହସି ପଦେ ମିଠା ବଚନ କାହିଁକି
ନ ଦିଅନ୍ତି ଭାଇ ଆମେ ?
କରିବା ଶପଥ
ହସି ହସେଇବା
ଭଲ ମିଠା କଥା କହିବା
ଖୁସି ବାଣ୍ଟିବା
ଅନ୍ୟର ଆସିବା କାମେ
କହ ଭାଇ କି ନେଇ ଯିବା ଏ ଭବୁ ଦିନେ ?
