STORYMIRROR

Abhakanta None

Inspirational

3  

Abhakanta None

Inspirational

ଶପଥ ପାରିବ ନେଇ ?

ଶପଥ ପାରିବ ନେଇ ?

3 mins
13K


 ବିଂଶ ଶତାବ୍ଦୀ ଗରଜି କହଇ କରି ଆସ୍ଫାଳନ ଘୋର

"ନୂତନ ଯୁଗ ମୁଁ କରିଛି ବରଣି

ବିଛାଇ ଦେଇଛି ନୂତନ ସରଣୀ

ଗଢିଛି ସମ୍ପୂର୍ଣ୍ଣ ସ୍ବାଧିନ ତରଣୀ

ଯା'ରେ ଭରସିବ ଅନୁଢା ତରୁଣୀ

ପାରି ହୋଇଯିବ ପୂରୁବ ଅନ୍ୟାୟ, ଅତ୍ୟାଚାର ପାରାବାର

ନାରୀ ପୁରୁଷଙ୍କୁ ସମ ଅଧିକାରେ ପ୍ରତି ଛତ୍ରେ ଛତ୍ରେ

ହେବାପାଇଁ ଏକାକାର ।

ଅଭିଧାନ ସଂଶୋଧନ କଲି ମୁହିଁ, ଅସୂର୍ଯ୍ୟମ୍ପଶ୍ୟା ଶବ୍ଦକୁ ଉଠାଇ

ତୁମେ ପଚାରିବ କିଆଁ ?

ମହିମ୍ନ ସୃଜନେ ସ୍ରଷ୍ଟା ଯା ସୃଷ୍ଟି କରିଅଛି ଭାବି ଜୀବ କୋଟି କୋଟି

ସର୍ବୋପରି ନାରୀ ପୁରୁଷ ସମଷ୍ଟି

ମଧୁମୟ ଖାଲି ପୁରୁଷ ପାଇଁକି ସାଜିବ କିଆଁ ଦୁନିଆ ??

ଯଦି ସ୍ରଷ୍ଟା ଭାବି କରିଛି ଏକକୁ ଅନ୍ୟର ପରିପୂରକ

ତେବେ କୁହ ତୁମେ କାହିଁକି ପୁରୁଷ

ନାରୀ ଗତିଛନ୍ଦେ କରାଇ ଅବଶ

ନାନା ରୂପେ ତାକୁ କରାଉଛି ବଶ

କାହିଁକି ସାଜିଛି ଶ୍ରେଷ୍ଟତ୍ବ ପାଇଁକି ଅନିୟମ ବିଧାୟକ ?

ବଳାଧାର ସାଜି ପୁରୁଷ କରୁଛି ମନ ଇଚ୍ଛା ଯେତେ ଯାହା

ସୃଷ୍ଟି ପାଇଁକି ମୂଳାଧାର ନାରୀ ଭୁଲିଯାଏ କିଆଁ ତାହା ??

ଯୁଗ ବିପର୍ଯ୍ୟୟେ ଏ ଅନ୍ଧ ପୋଟଳୀ, ମୁଁ ବିଂଶ ଶତାବ୍ଦି ଦେଇଅଛି ଖୋଲି

ଚେତନାକୁ ଘଷି ମାଜି ସଫାକଲି, ନାରୀ ସ୍ବାଧିନତା ପ୍ରଦୀପକୁ ଜାଳି

ଦେଖ ଭବିଷ୍ୟତ ଦେଖ ଆଖି ଖୋଲି

ନାରୀକୁ ଦେଇଛି ସେଇ ଅଧିକାର ପୁରୁଷେ ଦେଇଛି ଯାହା ।

ଭବିଷ୍ୟତ କିଛି କହିବା ପୂର୍ବରୁ ବର୍ତ୍ତମାନ ଦେଲା କହି

କେଉଁଠି ପାଇଛି ନାରୀ ସ୍ବାଧିନତା ମୁଁ ତ କାହିଁ ଦେଖୁନାହିଁ ?

କାଲିପରି ନାରୀ ଆଜିବିତ ମ୍ଳାନ

ଚାଲେ ଅନ୍ଧ ବୁଝାମଣାର ଶାସନ, ଉଡ଼ଇ ପୁରୁଷ ଜୟର ନିଶାଣ

ପୁରୁଷର ଅହମୀକା ଯୁପକାଷ୍ଠେ ଆଜିବି ଚାଲିଛି ନାରୀ ନୀପିଡ଼ନ ।

ବୁଝୁଛି ଶତାବ୍ଦୀ ! ଏ ତୋ ଦୋଷ ନୁହେଁ

ବୃଦ୍ଧତ୍ବ ଚାପଲ୍ୟ ତୋତେ ଘୋଟିଯାଏ

ବେଳୁବେଳ ସର୍ବ ଶକ୍ତି ହ୍ରାସ ହୁଏ, ତେଣୁ ତୁହି ଅଜ୍ଞ ଆଜିର ସମ୍ବାଦ ପତ୍ରେ

ନାରୀ ଅତ୍ୟାଚାର, ନାରୀ ବଳାତ୍କାର, କରଇ କ୍ରନ୍ଦନ କରଇ ଚିତ୍କାର

କି'ବା ଏ ସମାଜ ଦିଏ ଉପହାର ? କେବଳ ଯା ଖାଲି ଛାପଇ ଖବର

କହ ଭଲା ଭାବି ମୂଳୋତ୍ପାଟନ ହୁଏ କି ଏହାର ???

ସ୍ବାମୀ ପରିବାର ସପନରେ ଆଣି କେତେ ଆଶା ରଖି ଆସେ କେ' ତରୁଣୀ

ଯଉତୁକ ଯୋଗେ କେତେ ଗାଳି ଶୁଣି, ପାଏ ଅତ୍ୟାଚାର, ରଖୁ କି ଖବର ?

ହାରଇ ଜୀବନ ଅକାଳରେ ପୋଡି ଅନିଚ୍ଛାରେ ନିଜ ଗାତ୍ରେ

କାହିଁଗଲା ତେବେ ନାରୀ ସ୍ବାଧିନତା ଆଜିକାର ଏହି କ୍ଷେତ୍ରେ ??

କେଉଁ ହୀନିମାନୀ ତୋ କଥାରେ ଭୁଲି, ସ୍ବାଧିନତା ଆଳେ ଉଠୁଥିଲା ଫୁଲି

ବାହାରିଲା ଘରୁ ଯିବ ଟିକେ ବୁଲି

ହେଲେ ହାୟ କିଆଁ ଆସୁନାହିଁ ଫେରି ?

ମିଳେ ଶବ ଯହିଁ ନାହିଁ ଜନପଦ

ଭଜେ ଖେଦ ହୁଏ ଶବ ବ୍ୟବିଚ୍ଛେଦ,

ମରିଅଛି ସିଏ ହୋଇ ଶ୍ବାସଋଦ୍ଧ,

ସମୁହ ଭାବରେ ପାଶବିକ ଅତ୍ୟାଚାରେ ସେ ଯାଇଛି ମରି

ସେଇଠି ଛିଡିଛି ଅକାଳେ ତାହାର ଜୀବନର ଲମ୍ବା ଡୋରି ।

ହାରିଛି ପୋଲିସ ତେଣୁ ଗୁପ୍ତଚର, ଖୋଜିଖୋଜି ତଥ୍ୟ କରିଲେ ବାହାର

ଏକାଧିକ ହିଂସ୍ର ପୁରୁଷ ଦଂଶନ ପାଇ ଭୀରୁ ହୋଇଥିଲା ସଜ୍ଞାହୀନ,

ରାତ୍ରୀ କାର୍ଯ୍ୟରତ ପୋଲିସ ପ୍ରହରୀ

ଯତ୍ନ କଲେ ସଂଜ୍ଞା ଆସିଥିଲା ଫେରି

ବୟାନ ଦେବାକୁ ଫାଣ୍ଡିକୁ ଆସିଲା

ଜୀବନ କେମିତି ହରାଇ ବସିଲା ??

ବୟାନ ଛଳରେ ରମିଲେ ପ୍ରତ୍ୟେକ

ପଠାଇଲେ ଶ୍ବାସ ରୋଧି ମୃତ୍ୟୁଲୋକ

ଛାଇଥିଲା ତାରେ ସ୍ବାଧିନତା ଯାଦୁ, କହରେ ଶତାବ୍ଦୀ !

କେଉଁଠି ଚାଖିଲା ନିରୀହା ଅବଳା ସ୍ବାଧିନତା ସ୍ବାଦୁ ???

ପୁରୁଷ ତ କରେ କେତେ ନାରୀ ସଙ୍ଗ,

ତା ନାମେ ତ କେବେ ଉଠେନା ପ୍ରସଙ୍ଗ,

ହେଲେ ସେଇ ନାରୀ ସାଥିଟି ତାହାର , ଆଜିର ସମାଜୁ ପାଏ ଉପହାର

କୁଳଟା ହୋଇଲା ବୋଲି ........

କିଏସେ ତାହାକୁ କରିଲା କୁଳଟା ?

କାହାକୁ ତୁ ତେବେ ଦେଲୁ ସ୍ବାଧିନତା ??

ଉଚ୍ଚସ୍ବରେ ମିଛେ ଗରଜୁ ,ନାରୀଙ୍କୁ ଦେଲୁ ସ୍ବାଧିନତା ବୋଲି ?

ତୁହିରେ ଶତାବ୍ଦୀ ଭାବୁ ଜୟୀ ସିନା ବାସ୍ତବେ ଯାଇଛୁ ହାରି ।

ବିଗତ ଦିନରୁ ବହୁ ପରିମାଣେ...

ଲାଞ୍ଛିତା, ପିଡିତା ହୁଏ ବାରମ୍ବାର ବିଂଶ ଶତାବ୍ଦୀର ନାରୀ ।

 ...କରୁଛି ମୁଁ ଏବେ ସିଂହାବଲୋକନ

ଏକ ନାରୀ ପାଇଁ ଦିନେ ରାଜା ରାମ

ଅସୁର ସଭ୍ୟତା କରିଥିଲେ ଚୁର୍ଣ୍ଣ ।

ଦ୍ରୌପଦୀ ପାଇଁକି ହୋଇଥିଲା ପରା ମହାଭାରତର ସୃଷ୍ଟି

ସେଦିନ ଠୁଁ ଆଜି ଭୀଷଣ ଭାବରେ ନିର୍ଯ୍ୟାତିତା ହୁଏ

ବିଂଶ ଶତାବ୍ଦୀର ଏ ସ୍ବାଧିନ ନାରୀ ଗୋଷ୍ଠୀ

ଥିରେ କି' କରୁ ନାରୀ ସ୍ବାଧିନତା ପୁଷ୍ଟି ??

ବର୍ତ୍ତମାନର ଏ'କଥାକୁ ଶୁଣି ଭବିଷ୍ୟତ ଧିରେ କୁହେ

କିଛି ଲାଭ ହେବ ନାହିଁ ତ ତୁମର ଦୁଇଜଣଙ୍କ କଳହେ

ଯୁଗ ବିପର୍ଯ୍ୟୟେ ଆଜି ଯାହା ହୁଏ

ଏଥିପାଇଁ ତୁମେ ଦୁହେଁ ଦୋଷୀ ନୁହେଁ

ମନୁଷ୍ୟ ରୂପରେ ଅମନୁଷ୍ୟତା ହିଁ ଦୋଷୀ ଖାଲି ଏଥିପାଇଁ ।

ପ୍ରତି ପୁରୁଷର ଜଡ଼ତାକୁ କାଟି

ତା ମନରେ କରି ଚେତନାର ସୃଷ୍ଟି

ସ୍ରଷ୍ଟା ସୃଷ୍ଟିର ଅନବଦ୍ୟ ଗାଥା ପାରିବ ତା'ରେ ଶୁଣାଇ ?

ତେବେ ଯାଇ ନାରୀ ପୂର୍ଣ୍ଣ ସ୍ବାଧିନତା ଜୀବନେ ଆସିବ ଧାଇଁ

ନିଶ୍ଚଂୟ ଏ କାର୍ଯ୍ୟ କରିବୁ ସାହସେ,

ଶପଥ ପାରିବ ନେଇ ??????

# ବିହାର ପ୍ରଦେଶରେ ସେତେବେଳେ ଏ କଳଙ୍କମୟ ଘଟଣା ଟି ବହୁ ଚର୍ଚ୍ଚିତ ଥିଲା##


Rate this content
Log in

Similar oriya poem from Inspirational