Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KSHIRADRI SAHU

Tragedy Children

4  

KSHIRADRI SAHU

Tragedy Children

ଶୋଉଛୁ ସୁଖରେ ତୁମରି ପାଇଁ

ଶୋଉଛୁ ସୁଖରେ ତୁମରି ପାଇଁ

1 min
639


ବାୟୁ ସେନା ଦିବସରେ ଆଜି ମୁହିଁ

   ଯବାନ ଭାଇ, ଭଗ୍ନୀଙ୍କୁ

ଜଣାଏ ଶୁଭେଚ୍ଛା ଅନ୍ତରରୁ ସଦା

   ତୁମ ମହତ କର୍ମକୁ । 


ଜୀବନକୁ ଖାତିର ନ କରି ଆଜି

   ଭାରତ ମା'କୁ ସୁରକ୍ଷା

ଦେଇ ଦେଖାଉଛ ଯେଉଁ ପରାକାଷ୍ଠା

   ପ୍ରଭୁ ଯେ କରିବେ ରକ୍ଷା । 


ବ୍ୟୋମରେ ଉଡ଼ିଣ ଶତ୍ରୁଙ୍କର ଗତି

    ବିଧି ନିରୀକ୍ଷଣ କରି

   ନିଷ୍ଫଳ କରୁଛ ତାଙ୍କରି ଯୋଜନା

     କିଏ ହେବ ତୁମ୍ଭ ସରି ।


ପଛଘୁଞ୍ଚା ନାହିଁ ତୁମରି ଜାତକେ

   ପ୍ରାଣ ପ୍ରତି ନାହିଁ ଡର

ଭାରତ ମାଆ ର ବରପୁତ୍ର ପୁତ୍ରୀ

     କର୍ମେ ଅଟ ଆଗୁସାର ।


ଶାନ୍ତି ପ୍ରିୟ ଏହି ଭାରତ ବର୍ଷର

   ସଂସ୍କୃତି,ଆଦର୍ଶ ନେଇ

ସତ୍ୟ, ଧର୍ମ ପଥେ ଆଗକୁ ଚାଲିଛ

   ନୂଆ ଇତିହାସ କହି ।


କର୍ମ ମହାମନ୍ତ୍ର , କର୍ମ ମହାତନ୍ତ୍ର 

   କର୍ମକୁ କରି ସାରଥି

ଚଳାଉଛ ଯେଉଁ ସୁରକ୍ଷାର ରଥ

   ହେବ ତା' ପାଦେ ପ୍ରଣତି ।


ଏକଶ' ଚାଳିଶି କୋଟି ଭାରତୀୟ

  ତୁମ୍ଭ ଜୟ ଧ୍ବନୀ ଦେଉ 

ତୁମରି ପାଇଁ ତ ଦିବା ନିଶି ଆମ୍ଭେ

   ନିରାପଦେ ଶୋଇ ଥାଉ ।


ବିଜୟର ଟୀକା ପିନ୍ଧାଇ ଦେଉଛୁ

   ଆଜି ପବିତ୍ର ଦିନରେ

ଦୃଢ଼ ମନୋବଳ , ଅପୂର୍ବ ସାହସ

   ଦେଖାଅ ଅରାତି ଠାରେ ।


" ଜାତସ୍ୟ ହି ଧ୍ରୁବ ମୃତ୍ୟୁ" ସତ୍ୟ ଏହା

   ପ୍ରଯୁଜ୍ୟ ସବୁରି ପାଇଁ

ତୁମ୍ଭକର୍ମ ଆଉ ବଳିଦାନ କେବେ

  ଦେଶ ଭୁଲି ଯିବ ନାହିଁ ।


ଦେଶ ମାତୃକାର ରକ୍ଷା ପାଇଁ ଯେଉଁ

   ନେଇଛ ଭୀଷ୍ମ ଶପଥ

ପୂର୍ଣ୍ଣ ହେବ ନିଶ୍ଚେ ଗାଉ ଜୟ ଗୀତି

  କରିଣ ଅଭିମନ୍ତ୍ରିତ ।

                      


Rate this content
Log in

Similar oriya poem from Tragedy