STORYMIRROR

Debadatta Jena

Romance Tragedy Thriller

3  

Debadatta Jena

Romance Tragedy Thriller

ଶୋଣିତ ଉକ୍ତି...

ଶୋଣିତ ଉକ୍ତି...

1 min
207


ତୁମ ମନ କାଗଜର ପ୍ରତିଟି ପୃଷ୍ଠାରେ 


ଲେଖିଲି ଯେବେ ମୁଁ ମୋ ହୃଦୟ ଭାଷା 


ଶୈବାଳ ସାଗର ମୁକ୍ତାଗଡରେ 


ଲାଗଇ ସେ ପରା ଆଶୁ କବିତା, 


ତୁମ ଜାହ୍ନବୀ ଜ୍ୟୋସ୍ନାରେ 


ଖୋଜିଲି ଯେବେ ମୁଁ 


ମୋ ଅଲିଭା ଦୀପାଳି ସ୍ୱପ୍ନର ଗାଥା, 


ଶାମୁକା ନଗରୀ ପୋହଳା ହ୍ରଦରେ 


ସାଜିଲା ସେ ପରା କାରା କବିତା..


ଏବେ ପାରିଜାତ ପଦ୍ମ ନିଦାଘ ବନରୁ 


ନିରେଖି ଦେଖୁଚି ଚର୍ବଣ ଚର୍ବିତ ପୁଷ୍ପ ମଧୁ, 


ଚନ୍ଦ୍ରସ୍ନାତା ଗୋ ତୁମେ ଏଇ ସାୟାହ୍ନରେ 


ବିଧୁ ଦଂଶନେ ତଵ କେତେ ଯେ ସ୍ୱପ୍ନ ସିନ୍ଧୁ, 


ଏଇ ନିଭୃତ ତମସା ତୀରେ…


ତୁମ କଜ୍ଜଳ ସ୍ଫୁରିତ ଲୋଚନ ଆଭାରୁ 


ମାଗୁଛି ତନ୍ଦ୍ରାରୁ ଧାରେ…


ସେଇ ତିମିର କଳ୍ପିତ ଗାରେ, 


ମୁଁ ଲେଖିବି ଆଜି ମୋ ନିର୍ଜନ କବିତା 


ମୋ ଶୋଣିତ ରୁଧିରାକ୍ଷରେ…!


            








 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance