ଶୋଇ ପଡିଲ ସବୁ
ଶୋଇ ପଡିଲ ସବୁ


ଦି'ଦିନର ତୁମ ନାରାବାଜି ସବୁ
ବନ୍ଦ୍ ହୋଇଲକି ଆଜି ।
ଦେଶପ୍ରେମ ତୁମ ବିପ୍ଳବର ନିଆଁ
ଲିଭିଲାକି ଭାଇ ତେଜି ।।
କୋଡ଼ିଏ ବରଷ ମଧ୍ୟରେ ବହୁତ
ଦେଖିଛି ଏପରି କଥା ।
ଭାଇ ମାେ ଯବାନ ନିତି ମରୁଛନ୍ତି
କ୍ଷଣେ ଭୁଲୁ ତାଙ୍କ କଥା ।।
ଖାଲି ଯେ ମାେ ଦେଶ ଯବାନ ଲଢିବ
ସଦା ମାତୃଭୂମି ପାଇଁ ।
ଆଉ ଯେତେ ସବୁ ସନ୍ତାନ ମାଆର
ଚେଇ ଶୋଇ ଅଛ କାଇଁ ।।
ତଥାପି ତୁମର ଭାଂଗୁ ନାହିଁ ନିଦ
ଶୋଇଛ ପଡି ଖଟରେ ।
ନିଜ ସ୍ୱାର୍ଥେ ସଦା ବ୍ୟସ୍ତ ରହିଲ
ଭାବ ଦେଶ କଥା ଥରେ ।।
କାଦ ନେଶା ଗୁଣ ଗଲା ନାହିଁ ତୁମ
ସ୍ବାଧୀନତାର ବି ପରେ ।
କେତେ ଦିନ ଆଉ ଏମିତି ନେଶିବ
ବାର ବାର ସେହି ଘରେ ।।
ଭାଙ୍ଗ ସେହି ଘର ଯେତେ ଶୀଘ୍ର ପାର
ପଡିନି ଏବେ ମଥାରେ ।
ନ ଭାଙ୍ଗିଲେ ଦିନ ଏମିତି ଆସିବ
ଶୋଇବା ମୃତ୍ୟୁ ଶେଯରେ ।।
ଖଟି ଖାଅ ନୀତି କାଟି ପିନ୍ଧ ଧୋତି
ଛାଡିଣ ବିଦେଶୀ ଦ୍ରବ୍ୟ ।
ଉତ୍ପାଦନ କର ସ୍ୱଦେଶୀ ଦରବ
ଭାରତ ହୋଇବ ଭବ୍ୟ ।।