STORYMIRROR

Kulamani Sarangi

Classics

2  

Kulamani Sarangi

Classics

ଶନିଦଶା

ଶନିଦଶା

1 min
563



(ପଲ୍ଲୀ କବିତା)


ଘରୁ ବାହାରିଲେ କାଳିଆ ବାହ୍ମୁଣ

'ଗୁଙ୍ଗା' ହାତ ପାତେ ଆସି,

ରୁମଛଡା କାଳୀ କୁତୀ ସବୁଦିନ

ହଗେ ଅଗଣାରେ ପଶି।


କୁତେଇ କରିଚି କଳା ଭୂଆ ନିତି

ଖଟତଳେ ମୁତିବାକୁ,

କାଳୀ ଛଡାଟା ମୋ ଗରମ ହଉନି

ତିନିବର୍ଷ ହବ ତାକୁ।


କଳା ବୋଲି ମୋର ସାନ ନାତିଟାକୁ

ପଡିଚି ଝୁଅ ଅକାଳ।

ଯୋଗକୁ ମୋ କଳା ଜୋତିଷ ଯୁଟିଚି

ଚୁଟିଆ ଲୋଭୀ କାଙ୍ଗାଳ।


କଳା ସାରୀଟା ମୋ ମିଛଟାରେ ଡାକେ

କୁଣିଆ ଆଇଲେ ବୋଲି,

ବେହିଆ କୁଣିଆ ଦଶଦିନ ରହି

କାଲି ଯାଇସିନ୍ତି ଚାଲି।


କାଳିଆ ବଳଦ ପଟକ କାଲିଠୁଁ

ଛେରି ହଉଚି ଗୁହାଳେ,

କଳାବୋଦା ପଟେ ହଜିଗଲା କାଲି

ଟୁବୁରି ମୁଣ୍ଡିଆ ତଳେ।


ଯାନୀ କହିଲାଣି 'କଳାଯୋଗ' ତତେ

ପଡିଚିରେ ଶୁକୁରିଆ,

କଳା ବାହ୍ମୁଣଟେ ଡାକି ଶନି ପୂଜା

କଲେ ଯାଇଁ ହବ ଯାହା।


*କୁତେଇ--ଯିଦ୍

#ଛଡା--ମାଈ ବାଛୁରି

ଛେରିହବା--ପତଳା ଝାଡା

@ଟୁବୁରି--ଛୋଟ ପାହାଡର ନାଁ

€ ବେହିଆ--ନିଲ୍ଲଜ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics