STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଶନିବାର

ଶନିବାର

1 min
533

ଶନିବାର

ପ୍ରତିକ୍ଷିତ ସ୍ୱପ୍ନର

ଉତ୍ଫୁଲିତ ଅପେକ୍ଷାର

ନାଲି ଅଳତାର

ସଂଗୀତମୟ ପାଉଜିର

ଚୁଡ଼ିର ଗୁଣ ଗୁଣ ଗୀତର

ପ୍ରତିଟି ସରକାରୀ ଚାକିରିଆ ଜୀବନେ

ଖୁସିର ଜୁଆରିଆ ନଈ।


ପତ୍ନୀ

ଅପେକ୍ଷା କରେ ପତି

ଆସିବେ

ପ୍ରେମର ମଞ୍ଜି ଭିଜେଇ ରଖିଛି

ପୋତିଦେଵ

ମିଳନ ବେଦିରେ।


ପତି

ଅପେକ୍ଷା କରେ 

ଅଫିସ୍ ଛୁଟି କରି ଶୀଘ୍ର ଯାଏ ଘର

ରୋଷେଇ କରି

ବାଟ ଚାହିଁ ବସିଥିବ ପ୍ରିୟ ପତ୍ନୀ ତାର

ମିଳନ ବଂଶୀ ଉଚ୍ଚାଟ ପଣରେ

ପିଲା ମାନଙ୍କ ବରାଦ

ଜିନିଷ ଖୁସିରେ

ବାପାମାଆଙ୍କ ମେଡ଼ିସିନ୍ ହସରେ

ସେ ମାପିବ ଜୀବନର ଖୁସି।


କିଶୋର ଛାତ୍ର 

ଅପେକ୍ଷା କରେ

ଅଧା ଛୁଟି ସ୍କୁଲ

ଖେଳିବ,ବୁଲିବ କାର୍ଟୁନ ଦେଖିବ ବୋଲି।


ଯୁବକ ଛାତ୍ର

ଟିକେ ଶୋଇବ ଅଧିକ ସମୟ

କାଲି ରବିବାର ଯେଣୁ

କ୍ରିକେଟ ମ୍ୟାଚ୍ ଲଗେଇବ

ଟିଭି କି ପିକ୍ଚଚର୍ ଯିବ।


ପ୍ରେମିକ

ଗପିବ ଘଣ୍ଟା ଘଣ୍ଟା

ପ୍ରେମିକା ସହ

ପାର୍କର କେଉଁ ନିଛାଟିଆ ଗଛ ତଳେ

ନଈକୂଳେ

ଅବା

ସିନେମା ହଲ୍ କି

ରେଷ୍ଟୁରାଣ୍ଡରେ।


ସତରେ ଶନିବାର

ସଭିଙ୍କ ପ୍ରିୟ

ଅପେକ୍ଷିତ ଖୁସିର ବାର ଟେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational