STORYMIRROR

prajna paramita

Inspirational Others

3  

prajna paramita

Inspirational Others

ଶଙ୍ଖନାଦ

ଶଙ୍ଖନାଦ

1 min
5.2K


ଲିଭାଇ ତିମିର, ଏଡାଇ ବଧିର

ଭାସି ଉଠ ଆଜି ଗଗନେ,

କଳୁଷକୁ ନାଶି, ପ୍ରଭାକୁ ପ୍ରକାଶି

ଅନ୍ଧକାର ହଜୁ ମଉନେ ..।

ତୋଳି ହେଉ ଏଠି ତାଣ୍ଡବର ଧ୍ୱନି

ଶଙ୍ଖନାଦ ଶୁଭୁ ଅଦୂରେ,

ସ୍ନେହର ପରଶ, ମମତାର ହସ

ଭରିଯାଉ ଏଠି ହୃଦରେ ..।

ବୃଦ୍ଧି ହେଉ ଏଠି ବୟସର ସୀମା

ନୀରୋଗ ହେଉ ଏ ଜୀବନ,

ଅକାଳ ବିୟୋଗ ମାନିଯାଉ ହାର

ପାପାତ୍ମାର ହେଉ ଦହନ ..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational