STORYMIRROR

Rajashree Acharya

Abstract

3  

Rajashree Acharya

Abstract

ଶଙ୍ଖା ସିନ୍ଦୁର ,କରିଦେଲା ସାତପର

ଶଙ୍ଖା ସିନ୍ଦୁର ,କରିଦେଲା ସାତପର

1 min
502

କାଲି ହୁଏତ ମୁଁ ନ ଥାଇପାରେ

କାଲିବି ସୁର୍ଯ୍ୟ ଉଇଁବ

କାଲି ବି ତାରା ହଜିବ

ଆଜି ରାତି ର ଉଆଁସୀ ଜହ୍ନ ବୋଧ ହୁଏ

ମୋ ଜୀବନ ରେ କାଲିମା ଭରିଦେବ

କାହିଁକି ନା

ମୁଁ କାଲି ନଥିବି

କି ପ୍ରକାର ଭାଗ୍ୟ ର ବିଡ଼ମ୍ବନା ଏ

କାଲି ପରୀ ଥିଲି ବାପଘର 

ଆଜି ମୋର ବାହାଘର

ମୋ ଜୀବନ ର ଘଡି ସନ୍ଧି

ଦେଉଛି ମୋତେ ଶଙ୍ଖା ସିନ୍ଦୁରମୋତେ 

ବେଡି ସତେ ଦିଏ ବାନ୍ଧି

ମୋ ସ୍ମୃତି କୁ ସାଇତି ରଖିଥିବୁ ଲୋ ମା

କାରଣ ମୁଁ ହୁଏତ କାଲି ନ ଥିବି

ସମୟ ବି କେତେ ନିଷ୍ଠୁର ସତେ

ଯେଉଁ କୋଷ୍ଠ ରେ ମୁଁ ଦଶ ଦିନ ଦସମାସ

ଜନ୍ମ ପରେ ଜାଣିଥିଲି ଏଇ ହି ମୋ ଦୁଇଟି ଆଖି

ଭାବି ଥିଲି ଏହାହିଁ ମୋ ରାଜୁତି,ଏହା ହିଁ ମୋ ନିବାସ

ସେଇ ରାଜୁତି,ସେଇ ନିବାସ ଯେମିତି ସବୁ ଦିନ ପାଇଁ

ହୋଇଯିବ ମୋ ପାଇଁ ଅଜଣା ଘର , ଅଜଣା ଚାହାଣୀ

ମୁଁ ଜାଣି ବି ଏ ମୋହ କୁ ଛାଡି ପାରୁନି

କାରଣ ମୁଁ ଏ ଘରେ ଆଉ ନଥିବି

ଗୋଟିଏ ଥିଲା ମୋ ଏନ୍ତୁଡ଼ିଶାଳ

ଆଉ ଗୋଟିଏ ହେବ ମୋ ମଶାଣି ଓ ସେଇଠି ମୋ କାଳ

ଝିଅ ଜନ୍ମ କୁ ସାର୍ଥକ ମୋତେ କରିବି

କାରଣ ମୁଁ ହୁଏ ତ କାଲି ନଥିବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract