Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Inspirational

3  

Mr.GAGAN BIHARI NAYAK

Inspirational

ଶକ୍ତିର ଧାରା

ଶକ୍ତିର ଧାରା

1 min
191


ମୋର ମାଟି ଘଟ

ତୁମେ ଦାରୁ ଭୂତ ।

ଓଁକାର ଶକ୍ତିର ଧାରା ।

ତୁମେ ମହାଦୀପ୍ତ 

ମୁଁଯେ ଅଭିଶପ୍ତ 

ଲିଭିଲା ଦୀପର କାରା

ମହାବାହୁ...ହେ... !!!

ଶ୍ରୀଭୂଜ କରେ ଆଶରା(0)


ଅସରା ଲୁହକୁ ପସରା କରି ମୁଁ

ଚାଲେ କଣ୍ଟକିତ ପଥେ ।

ଆଘାତ ପାଇଚି ରକତ ଝରିଛି।

ଦୁଃଖ ଯେଣୁ ଲେଖା ମାଥେ।

ଫଟା କପାଳରେ ଯେତେ ଥାଉ ଦୁଃଖ 

ଅପସରି ଯିବ ଆପେ-

ପ୍ରଭୁ! ତୁମେ ଯେବେ ଥିବ ସାଥେ ।

ସାଥୀ ସହଚର 

ବନ୍ଧୁ ସହୋଦର

ବିପଦେ ଆଲୋକ ଧାରା (୨)


ସତ୍ୟ ନ୍ୟାୟ ପଥେ ଚଲେଇଲ ମୋତେ।

ଅସତ୍ୟ ଓଗାଳେ ପଥ ।

ନ୍ୟାୟ ପଦବୀରେ

ଯିଏ ଅଭିଷିକ୍ତ ।

ନୁହେଁ ସେତ ନ୍ୟାୟବନ୍ତ।।

କେମିତି ଦେଇଛ ନ୍ୟାୟ ଦଣ୍ଡ ଛତ୍ର ।

ଲୋକେ ଗଣା ଅପଦାର୍ଥ।

ପ୍ରଭୁ !ପେଟକୁ ମିଳେନା ଭାତ 

ଦେଖିଏ ଦୁନିଆଁ

ଲାଗୁଛି ଛାନିଆଁ 

ଜଗତ ପଙ୍କିଳ ଭରା (୨)



Rate this content
Log in

Similar oriya poem from Inspirational