ଶକ୍ତିପ୍ରଦର୍ଶନ
ଶକ୍ତିପ୍ରଦର୍ଶନ
ଶକ୍ତି ପ୍ରଦର୍ଶନ କରେ ଆଜି ନାରୀ
ପୁରୁଷର ସମ ହୋଇ,
ଦୁନିଆଁ ଜାଣିଛି ନାରୀର ଶକ୍ତିକୁ
ତାହା ସମ ନୁହେଁ କେହି ।
ପୁରୁଷର ସମ ସର୍ବ କାର୍ଯେ ସେହି
କରଇ ସାହସ ଦେଇ ,
ଦେଶ ପାଇଁ ଲଢି ନିଜ ଜୀବନକୁ
ଗଲେ ଜଳାଞ୍ଜଳି ଦେଇ ।
ତ୍ରିପୁର ବିଜୟୀ ମହିଷାସୁରକୁ
କରିଥିଲା ବଦ୍ଧ ନାରୀ ,
ଗର୍ବ ଅହଂକାର ଚୂର୍ଣ୍ଣ କଲା ତାର
ଦେବୀ ଦୁର୍ଗା ରୂପ ଧରି ।
ରଣୀ ଲକ୍ଷ୍ମୀ ବାଇ ବୀରତ୍ବର ଗାଥା
ଲିପିଵଦ୍ଧ ଇତିହାସେ ,
ଏକାକୀ ଲଢିଲେ ଇଂରେଜ ସହିତ
ଅସୀମ ତାଙ୍କ ସାହାସେ ।
ସୀତା, ଝିଲ୍ଲୀ ପୁଣି ଆଉ କେତେ ନାରୀ
ସାହସଧାରୀ ଅଟନ୍ତି ,
ଓଡିଶା ପାଇଁକି ଶକ୍ତି ପ୍ରଦର୍ଶନ
ସାରା ବିଶ୍ବରେ କରନ୍ତି ।
