STORYMIRROR

Prabhanjana Tripathy

Inspirational

3  

Prabhanjana Tripathy

Inspirational

ଶକ୍ତି

ଶକ୍ତି

1 min
284

ସଂଚାରଣ କରି ଭବନା ପ୍ରଦୀପ

ଜାଳିଦିଅ ଜାଳି ଦିଅ

ଭକ୍ତି ନହିଲେ ଶକ୍ତି ନ ମିଳେ

ବଳି ଦିଅ ବଳି ଦିଅ।।


ମୁକ୍ତ କର ଭବନା ଭକ୍ତିର

ରକ୍ତାର୍ଘ୍ୟ ଦିଅ ଢାଳି

ଦେଶ ପାଇଁ ଜାଉ ଜୀବନ ଆମର

ପଡୁ ପଛେ ଶୀର ବଳି ।।


ମାଟିର ମମତା ଜାଗୃତ କର

ଅନ୍ତରେ ଭରି ନିଆଁ

ମୁକ୍ତ କର ଜୀବାତ୍ମାକୁ ସର୍ବେ

ସ୍ୱର୍ଗକୁ ମାରୁ ଡିଆଁ ।।


ଶତ୍ରୁ କୁ ଆଉ ସମୟ ନ ମିଳୁ

ଭାବିବାର ବେଳ କାଳ

ସୀମା ରେଖା ର ସ୍ବପ୍ନ ନ ଦେଖୁ

ଫିଙ୍ଗିଦିଅ ଭୟ ଖୋଳ ।।


ଆସରେ ବୀର ଭାରତ ସନ୍ତାନ

ହୋଇବାରେ ଆଗୁସାର

ଇତିହାସ କୀର୍ତ୍ତୀ ମନେ ପକାଇବା

ସମୟର ଏ ବିଚାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational